ଏହି ସାକ୍ଷାତକାର ସମୟରେ ବିଲ୍ ଗେଟ୍ସ ମୋଦୀଙ୍କୁ ଏକ ନ୍ୟୁଟ୍ରିସନ୍ ବୁକ୍ ସେଟ୍ ଗିଫ୍ଟ କରିଥିଲେ । ସେତିକିବେଳେ ପ୍ରଧାନମନ୍ତ୍ରୀ ଭାରତର ‘ଭୋକାଲ୍ ଫର୍ ଲୋକାଲ୍’ ପଦକ୍ଷେପକୁ ପ୍ରାଧାନ୍ୟ ଦେଇ ଏକ ସ୍ୱତନ୍ତ୍ର ଭଣ୍ଡାର ଭର୍ତ୍ତି ବାକ୍ସ ବିଲ୍ ଗେଟ୍ସଙ୍କୁ ଉପହାର କରିଛନ୍ତି ।
ବାକ୍ସ ଭିତରେ ଥିଲା କାଶ୍ମୀରର ପଶମିନା ସାଲ୍ , କେଶର, ଦାର୍ଜିଲିଙ୍ଗ୍ ଓ ନୀଳଗିରିର ଚା । କେବଳ ଏତିକି ନୁହେଁ ଚମତ୍କାର ଥୋଥୁକୁଡି ମୋତି ମଧ୍ୟ ସେହି ବାକ୍ସରେ ଥିଲା । ଯାହା ଭାରତର ସୂକ୍ଷ୍ମ କାରିଗରୀର ପ୍ରତୀକ ଦର୍ଶାଉଥିଲା । ଏହାସହ ଥିଲା ଟେରାକୋଟା ମୂର୍ତ୍ତି । ପ୍ରତି ଉପହାରକୁ ଗୋଟି ଗୋଟି କରି ବିଲ୍ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଏହା କେମିତି ହୁଏ । କେଉଁ ସହରରେ ହୁଏ । ପ୍ରତିଟି ଜିନିଷ ତିଆରି କରିବାରେ କାରିଗରମାନେ କେତେ ପରିଶ୍ରମ କରନ୍ତି । ଏନେଇ ଗୋଟି ଗୋଟି କରି ବିଲ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ।
ସବୁବେଳେ ଲୋକାଲ ଜିନିଷକୁ କିଣିବାକୁ ପ୍ରାଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଲୋକାଲ୍ ଜିନିଷକୁ ପ୍ରାଧାନ୍ୟ ଦେଲେ ସ୍ଥାନୀୟ କାରିଗର, ଚାଷୀଙ୍କର ରୋଜଗାର ବଢିବ । ଆମେ ଆତ୍ମନିର୍ଭରଶୀଳ ହେବା । ସଶକ୍ତ ହେବା । ସେଥିପାଇଁ ଅନ୍ତର୍ଜାତୀୟ ଭିଜିଟ୍ ରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଲୋକାଲ୍ ଜିନିଷ ହିଁ ଗିଫ୍ଟ କରନ୍ତି ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା ସେହି ସ୍ଥାନର ଲୋକଙ୍କୁ ଗର୍ବିତ କରିବା ସହ ତାଙ୍କ ରୋଜଗାର ବଢାଇବାରେ ସାହାଯ୍ୟ କରିବ ।
ଆହୁରି ପଢନ୍ତୁ ଭାରତ ଖବର...