ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ପଂଚାୟତର ଭଗବାନ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସେହି ପଞ୍ଚାୟତ ଖଡିକାବାଡି ଗ୍ରାମର ବଡ଼ ମାଆ ପଦ୍ମାବତୀ ଓ ବଡ଼ ବାପା ଗୋପାଳ ଜେନାଙ୍କ ପାଖରେ ତାଙ୍କ ସମ୍ପର୍କୟ ଙ୍କ ୧୧ ବର୍ଷର ନାବାଳିକା ଝିଅ ଜ୍ୟୋସ୍ନାକୁ ନାଳନ ପାଳନ ହୋଇ ଛୋଟରୁ ଆଜି ପର୍ଯ୍ୟନ୍ତ ରହି ଆସୁଥିଲେ । ସେହି ଅଞ୍ଚଳରେ ଥିବା ଭଗବାନ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କ ବଡ଼ ମା ଓ ଜେଜେମା ଯାଇ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ ମାତ୍ର କିଛି ଦିନ ଆଗରୁ ଜେଜେମାଙ୍କ ପରଲୋକ ହୋଇଛି ।
ତେବେ ସ୍କୁଲରେ ରିସେସ ସମୟ ହୋଇଥିବା ବେଳେ ଜ୍ୟୋସ୍ନା ଏବଂ କିଛି ସାଙ୍ଗ ଖେଳୁଥିଲେ । ଏହି ସମୟରେ ତାଙ୍କୁ ଜଣେ ବାହାରକୁ ଡାକି ନେଇଯିବା ପରେ ଦୁଇଜଣ ତାଙ୍କୁ ବାଇକରେ ନେଇ ଯାଇଥିଲେ । ପରେ ଏନେଇ ଶିକ୍ଷୟତ୍ରୀଙ୍କୁ ଏକ କଲ ଆସିଥିଲା । ଏବଂ ନେଇଥିବା ବ୍ୟକ୍ତି ନିଜକୁ ଜ୍ୟୋସ୍ନାର ବାପା ବୋଲି ପରିଚୟ ଦେଇଥିଲା ।
ସେପଟେ କିନ୍ତୁ ପରିବାର ଲୋକେ ସ୍କୁଲରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏନେଇ ଦାୟୀ କରିଛନ୍ତି । ଶିକ୍ଷୟତ୍ରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବା ପରେ ସେ ଭୋଗରାଇ ଥାନାରେ ପହଂଚି ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ଏ ପର୍ଯ୍ୟନ୍ତ ଏଭଳି ଘଟଣା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି ଏବଂ ଏ ଘଟଣାରେ ଯୋଉ ମାନେ ସମ୍ପୃକ୍ତି ଆସିବ ତାଙ୍କ ଉପରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BEO କହିଛନ୍ତି । ତେବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଏ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି । ଏପଟେ ଆଜି ସ୍କୁଲ ଖୋଲିବା ପର୍ଯ୍ୟନ୍ତ ସ୍କୁଲ ହୋତା ଭିତରେ ଛାତ୍ରୀ ଜଣଙ୍କ ବ୍ୟାଗ ଓ ଜୋତା ପୋଡିରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ପିଲା ନିଖୋଜ ହୋଇଛି ନା କାହା ହାତରେ ଟେକି ଦିଆଯାଇଛି । ତାହା ତଦନ୍ତ ପରେ ଜଣାପଡ଼ିବ ।