ଅପରାହ୍ନ ଚାରିଟା ସମୟରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ନିଜର ପାତ୍ର, ମନ୍ତ୍ରୀ, କଟୁଆଳ ସେନାପତି ,ସୈନ୍ୟ ଓ ପାରିଷଦ ବର୍ଗଙ୍କ ସହିତ ରାଜ ନଅରରୁ ବିରାଟ ପଟୁଆରରେ ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ । ଏହା ପରେ ରଥଟଣା ଆରମ୍ଭ ହୋଇଥିଲା ।
ଆଖ ପାଖ ଅଞ୍ଚଳରୁ ପ୍ରାୟ ତିରିଶି ହଜାରରୁ ଅଧିକ ଲୋକଙ୍କ ଏହି ଅବସରରେ ସମାଗମ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ ମାଉସୀ ମା' ମନ୍ଦିର ଠାରୁ ପଚାଶ ମିଟର ଦୂରରେ ରଥ ଅଟକିଥିଲା । ଆସନ୍ତା କାଲି ଅର୍ଥାତ ଗୁରୁବାର ମାଉସୀ ମା'ଙ୍କ ଠାରୁ ପୋଡ଼ ପିଠା ଖାଇବା ପରେ ମା' ଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କର ଭେଟ ହେବ। ମା' ସାଆନ୍ତାଣୀଙ୍କ ନିମନ୍ତ୍ରଣ ପରେ ରଥଟଣା ଯାଇ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର