ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁକଳିମୁଡି, ସଲଙ୍ଗିପଡ଼ା, ବାବୁପାଲି ଭଳି ବିଭିନ୍ନ ଅଞ୍ଚଳରେ ଜୈବିକ ସାର ନାଁରେ ଠକେଇ କରିଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷୀଙ୍କୁ ଦୁଆର ମୁହଁରେ ସାର ଯୋଗାଇ ଦେବା ସହ କମ୍ ଦରର ପ୍ରଲୋଭନ ଦେଖାଇ 40 ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ସଂପୃକ୍ତ ଡିଲର୍ । ଘଟଣାର ଅନୁଧ୍ୟାନ ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ଭାରପ୍ରାପ୍ତ କୃଷି ଅଧିକାରୀ ।
ଏଠି ପ୍ରଶ୍ନ, କିଏ ସେଇ ଡିଲର୍ ? । ଟଙ୍କା ନେଇ ନିମ୍ନମାନର ସାର ଯୋଗାଇ ଚାଷୀଙ୍କୁ ଠକିବାର କିଏ ଦେଲା ସାହାସ ? ଘଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ ଡିଲର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀଙ୍କ ଦାବି ।