ଅଧିକ ପଢନ୍ତୁ : ଭୟଙ୍କର ବିମାନ ଦୁର୍ଘଟଣା , ୬୨ ଜଣଙ୍କ ମୃତ୍ୟୁ
ଦୁର୍ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ହେଲିକାପ୍ଟର ପୁରା ଖଣ୍ଡ ଖଣ୍ଡ ହୋଇଯାଇଛି ।
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍ସ ନିକଟରେ ଘଟିଛି ଦୁର୍ଘଟଣା ।
ଅଧିକ ପଢନ୍ତୁ : ଭୟଙ୍କର ବିମାନ ଦୁର୍ଘଟଣା , ୬୨ ଜଣଙ୍କ ମୃତ୍ୟୁ
ଦୁର୍ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ହେଲିକାପ୍ଟର ପୁରା ଖଣ୍ଡ ଖଣ୍ଡ ହୋଇଯାଇଛି ।
ଅର୍ଗସ ବ୍ୟୁରୋ: ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ। 100 ଦିନର ସରକାରକୁ କହୁଛନ୍ତି, କିନ୍ତୁ 24 ବର୍ଷ କଥାକୁ ଭୁଲି ଯାଉଛନ୍ତି । ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ 25 ବର୍ଷରେ ଓଡିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡିଶାବାସୀଙ୍କୁ ଲୁଟିଛନ୍ତି ।
ଖଣି ମାଫିଆଙ୍କ ସୁରକ୍ଷା ଦାତା ପାଲଟିଥିଲେ ବିଜେଡି ନେତା। ସ୍ବାସ୍ଥ୍ୟରେ ବିକାଶ କଥା କହୁଛନ୍ତି, ହେଲେ ଗ୍ରାଉଣ୍ଡରେ ଡାକ୍ତର ନାହାନ୍ତି, ଆମେ ଆୟୁଷ୍ମାନ ଭାରତ ଲାଗୁ କରି ଗୋପବନ୍ଧୁଙ୍କ ନାଁରେ ଯୋଜନା ଆରମ୍ଭ କଲୁ, ନିଜ ବାପାଙ୍କ ନାଁ କଟିଲା ବୋଲି ନବୀନ ବିଳି ବିଳାଉଛନ୍ତି । ଶିକ୍ଷା କଥା କହିଲେ ରାଜ୍ୟରେ 10 ହଜାର ସ୍କୁଲ ବନ୍ଦ କରିବା ଆଉ ଶିକ୍ଷକ ଅଭାବ ନବୀନଙ୍କ ଅବଦାନ। ବିଜେପି ଯାହା କହିଥିଲା ତାକୁ 100 ଦିନରେ ପୂରଣ କରିଛି।
ସେମାନେ ମହିଳାଙ୍କୁ 5 ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ 50 ହଜାର ଟଙ୍କା ଲେଖାଏଁ ଦେବ ବୋଲି କହିଛନ୍ତି ମନୋଜ ମହାପାତ୍ର। ବିଜେଡି ପଦଯାତ୍ରାରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ଆକ୍ରମଣ କରିଥିଲେ, କହିଥିଲେ ମିଛ କଥା କହି ନିର୍ବାଚନ ଜିତି ପାରନ୍ତି କିନ୍ତୁ ହୃଦୟ ନୁହେଁ। ମିଛ କଥା ହେଲା ବିଜେପିର USP। ବିଜେଡି ଲୋକଙ୍କ ହୃଦୟରେ ଅଛି ସବୁବେଳେ ରହିବ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଟିଭି ଶୋ'ରେ ହାଇଏଷ୍ଟ paid ଅଭିନେତ୍ରୀ ହେଉଛନ୍ତି ରୁପାଲୀ ଗାଙ୍ଗୁଲି। ତାଙ୍କ ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଅଟେ। ତାଙ୍କ ବିଷୟରେ ଯେତେ କହିବା ସେତେ କମ ହେବ। କିନ୍ତୁ ଫ୍ୟାନମାନେ ଜାଣି ନ ଥିବେ ତାଙ୍କର ଯାତ୍ରା ପ୍ରଥମରୁ ସହଜସାଧ୍ୟ ନ ଥିଲା। ବହୁ ସଂଘର୍ଷ ଦେଇ ଗତି କରି ରୁପାଲୀ ଆଜି ଘରେ ଘରେ ପରିଚିତ। ଜଣେ ସଫଳ ଅଭିନେତ୍ରୀ କହିଲେ ଭୁଲ ହେବ ନାହିଁ।
ନିଜ କ୍ୟାରିୟର ଆରମ୍ଭରୁ ସେ ୱେଟର ଭାବରେ କାର୍ଯ୍ୟ କରିବା ସହିତ ବିଭିନ୍ନ ଜାଗାରେ ହଇରାଣ ହୋଇ ଚାକିରି କରୁଥିଲେ। ତାଙ୍କର ଅଭିନୟ କ୍ୟାରିୟର 1990 ଦଶକରୁ ଟିଭି ଶୋ ଏବଂ ଚଳଚ୍ଚିତ୍ରରେ ସହାୟକ ଭୂମିକା ସହିତ ଆରମ୍ଭ ହୋଇଥିଲା, କିନ୍ତୁ ତାଙ୍କୁ ସଫଳତା ମିଳିଥିଲା ସାରାଭାଇ vs ସାରାଭାଇରେ। ମନିଶାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ସମସ୍ତଙ୍କ ହୃଦୟରେ ରାଜ କରିଥିଲେ। ରୁପାଲୀ ବହୁ ଶୋ' କରିଛନ୍ତି bhabhi, kahani ghar ghar ki, bigboss ଭଳି ଶୋ'ରେ ରୁପାଲୀ ନଜର ଆସିଥିଲେ। କିନ୍ତୁ ରୁପାଲୀଙ୍କୁ ଯଦି କୌଣସି ସିରିୟଲ ପରିଚୟ ଦେଇଛି ସେ ହେଉଛି ଅନୁପମା। ଏହି ସିରିୟଲର କ୍ରେଜ କିନ୍ତୁ ଅଲଗା ପ୍ରକାର। ଅନୁପମା ସହିତ ପ୍ରତି ମହିଳା ନିଜକୁ କେବେ ନା କେବେ କନେକ୍ଟ କରିଥିବେ।
ବିବାହ ପରେ ସେ ଦୀର୍ଘ ସମୟର ଟିଭି ଶୋ'ରୁ ସମ୍ପୂର୍ଣ୍ଣ ବିରତି ନେଇଥିଲେ। କାରଣ ସେ ତାଙ୍କ ପୁଅକୁ ଟାଇମ ଦେବାକୁ ଚାହୁଁଥିଲେ। ତାଙ୍କର ଗୋଟିଏ ପୁଅ। ରୁପାଲୀଙ୍କ ପୁଅ ନାଁ ହେଉଛି ରୁଦ୍ରାକ୍ଷ। ୨୦୧୫ ମସିହାରେ ରୁଦ୍ରାକ୍ଷ ଜନ୍ମ ହୋଇଥିଲା। ପରେ ରୁପାଲି ଷ୍ଟାର ପ୍ଲସରେ ପ୍ରସାରିତ `ଅନୁପମା' ଶୋ'ରେ ଅଗ୍ରଣୀ ଭାବେ ଏକ powerful come back କରିଥିଲେ। ଜଣେ ମଧ୍ୟବୟସ୍କ ମହିଳାଙ୍କ ପରିଚୟ ତାଙ୍କ ପରିଚୟକୁ ପୁନଃ ଆବିଷ୍କାର କରି ଦର୍ଶକଙ୍କ ସହିତ ଗଭୀର ଭାବରେ ସ୍ୱର ଉଠାଇଲା ଏବଂ ତାଙ୍କୁ ନୂତନ ସ୍ତରରେ ଖ୍ୟାତି ଆଣିଦେଲା। ଆଜି ସେ ଭାରତୀୟ ଟେଲିଭିଜନରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଯିଏକି ଏପିସୋଡ ପିଛା 3 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଅନୁପମାଙ୍କ ସମ୍ପତ୍ତି ପ୍ରାୟ 20 କୋଟି ହେବ।
ବିଭିନ୍ନ ଛୋଟ ଚାକିରି କରିବା ଠାରୁ ଆରମ୍ଭ କରି ଟିଭିର ସବୁଠୁ ବଡ ତାରକା ହେବା ପର୍ଯ୍ୟନ୍ତ ରୁପାଲି ଗାଙ୍ଗୁଲିଙ୍କ ସଫଳତାର କାହାଣୀ ହେଉଛି ତାଙ୍କର ସ୍ଥିରତା ଏବଂ ପ୍ରତିଭାର ପ୍ରମାଣ। ଗୋଟିଏ କଥା ଏଠି କହିବୁ ଯେ, ଆପଣ ଯଦି କଷ୍ଟ କରିଥିବେ ତା'ର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବାକୁ ଯାଉଛି ମାଗଣା ସ୍ବାସ୍ଥ୍ୟବୀମା ସୁବିଧା। ଯେଉଁଥିରେ ପ୍ରାୟ ୧ କୋଟି ପରିବାର ହେବେ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ହିତାଧିକାରୀଙ୍କୁ ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ବିଶେଷ ଫାଇଦାରେ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ଗତ ମାସରେ ୭୦ ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇସାରିଛି କେନ୍ଦ୍ର କ୍ୟାବିନେଟ୍। ଓଡ଼ିଶାରେ ମଧ୍ୟ ବରିଷ୍ଠ ନାଗରିକମାନେ ପାଇବେ ଏହି ବୀମା ସୁବିଧା। ଯେଉଁଥିରେ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ପାଇବେ ୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟବୀମା ସୁବିଧା।
ସେହିପରି ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ ମିଶନରେ ସାମିଲ ହେବ ଓଡ଼ିଶା । ଏହା ଜରିଆରେ ରାଜ୍ୟରେ ସବୁ ସ୍ଵାସ୍ଥ୍ୟ ଅନୁଷ୍ଠାନ ଓ ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ ହେବ। ପ୍ରତି ରୋଗୀଙ୍କୁ ମିଳିବ ଏକକ ପରିଚୟ ପତ୍ର । ଏଥିରେ ସେମାନଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଯୋଡ଼ି ହେବ। ଫଳରେ ହିତାଧିକାରୀଙ୍କର ସମସ୍ତ ସ୍ଵାସ୍ଥ୍ୟଗତ ତଥ୍ୟ ଡାକ୍ତର ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
2018ରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ୨୦୨୦ରେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ସାରା ଦେଶରେ ଶୁଭାରମ୍ଭ ହୋଇଥିଲା। କିନ୍ତୁ କାଳେ ମୋଦି ସରକାରଙ୍କୁ ଶ୍ରେୟ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହି ଯୋଜନା ଲାଗୁକରିନଥିଲେ ନବୀନ ସରକାର। ଏବେ ରାଜ୍ୟରେ ସରକାର ବଦଳିବା ସହ ଉଭୟ ଯୋଜନାର ଫାଇଦା ଉଠାଇ ପାରିବେ ରାଜ୍ୟବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର