ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆରମ୍ଭ ହୋଇଥିଲା ଛେରା ପହଁରା । ଏହା ପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ଅପରାହ୍ନର ଯୁବାବସ୍ଥା ବେଳେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।
ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ । ପୋଡ଼ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଏହା ପରେ ଶ୍ରୀନଅର ସମ୍ମୁଖରେ ସମ୍ପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।
କେବଳ ଶ୍ରୀକ୍ଷେତ୍ର ନୁହଁ। ଉପାନ୍ତରେ ବି ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ା କୁହନ୍ତୁ କି କୋରାପୁଟ, ମାଲକାନଗିରି ହେଉ କି କଳାହାଣ୍ଡି। ସେଠି ବି ବାହୁଡ଼ିଛନ୍ତି ମହାବାହୁ । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହୋଇ ରଥଟଣା ହୋଇଛି। ୯ ଦିନର ଲୀଳାଖେଳା ସାରି ରତ୍ନବେଦୀକୁ ଆସିଛନ୍ତି ୩ ଠାକୁର ।
ବୁଧବାର ରଥ ଉପରେ ଜଗତ ଜନଙ୍କୁ ଏଇ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର । ତା ପରଦିନ ଅଧରପଣା, ଗୁରୁବାର ହେବ ନୀଳାଦ୍ରି ବିଜେ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର