ଅର୍ଗସ ବ୍ୟୁରୋ:ଗଠନ ହେବ ନୂଆ ଏନଏସି । ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ପଠାଇବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି । ନଭେମ୍ବର ୪ତାରିଖରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୬ଟି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ସହ ୫୭ଟି ନୂଆ ଏନଏଏସି ଗଠନ ନିମନ୍ତେ ପୂର୍ବ ସରକାର ନୀତିଗତ ଅନୁମୋଦନ କରିଥିଲେ । ଏସବୁର ବିସ୍ତୃତ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ । ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ଏବଂ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ନିମନ୍ତେ ବିସ୍ତୃତ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ରହିଛି । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ପ୍ରାବଧାନ ଓ ପ୍ରଚଳିତ ନୀତି ଆଧାରରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିବା ସହ ୨୦୨୪ ମାର୍ଚ୍ଚ ୧୩ତାରିଖରେ ବିଭାଗ ମାଗିଥିବା ତଥ୍ୟ ଦେବାକୁ କହିଛନ୍ତି । ସେହିପରି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ବିଭାଗୀୟ ଅତିରିକ୍ତ ନୂଆ ୫୭ଟି ଏନଏସି ଗଠନ ନିମନ୍ତେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଆଧାରରେ ଆବଶ୍ୟକ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ହଜାର ୧୧୧ ଜନସଂଖ୍ୟା ଆଧାରରେ ଏହି ଏନଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି
ଅର୍ଗସ ବ୍ୟୁରୋ: ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର । ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।
ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।
ସ୍ବଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର । ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।
ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଚାଷ ଜମିକୁ ପହଞ୍ଚିଲା ପାଣି । ଚାଷୀ ଖୁସ୍ । ବିଜେଡି ସରକାରବେଳେ ଖାଲି ପ୍ରକଳ୍ପରେ ଅଟକି ରହିଥିଲା ଜଳ ଯୋଗାଣ । ବିଜେପି ସରକାର ଆସିବାର 4 ମାସରେ ତାର ସମାଧାନ କରିଛି । ଆମେ କହୁଛୁ ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଙ୍କିଆ ପଞ୍ଚାୟତର ଘଟକେଶ୍ବର ଡ୍ୟାମ୍ କଥା । 2021 ମସିହା ଡିସେମ୍ବର ମାସରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ସୁଦ୍ଧା ଜଳ ଯୋଗାଣ ହୋଇପାରିନଥିଲା ।... ଯାହାକି ନୂଆ ସରକାର ଆସିଵା ପରେ ଘଟକେଶ୍ବର ଡ୍ୟାମରୁ ଚାଷ ଜମିକୁ ପାଣି ଛଡାଯାଇଛି । ଡ୍ୟାମର ଜଳଧାରଣ କ୍ଷମତା ୮୬୦ ହେକ୍ଟ ମିଟର ରହିଥିବାବେଳେ ୭୧୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରାଯାଇପାରିବ । ଡ୍ୟାମର ୨୬୬ ମିଟର ଲମ୍ବ ରହିଥିବାବେଳେ ଉଚ୍ଚତା ୪୦ ମିଟର । ଡ୍ୟାମର ୯୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ୍ କାମ ୧୦ ପ୍ରତିଶତ କାମ ବାକି ରହିଛି । ଚଳିତ ମାସରେ ସମସ୍ତ କାର୍ଯ୍ୟ ଶେଷ ପରେ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ଏବଂ ବ୍ରହ୍ମପୁର ସହରର କିଛି ଅଞ୍ଚଳକୁ ୧୦ MLD ପାଣି ଯୋଗାଣ କରାଯିବ କହିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ।
ତେବେ କିଭଳି ଚାଲିଛି ଘଟକେଶ୍ବର ଡ୍ୟାମ୍ ଗତ କିଛିଦିନ ତେଳେ ତାହା ବୁଲି ଦେଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।.... ପ୍ରାୟ ୨୯୦ କୋଟି ଟଙ୍କାରେ ପ୍ରକଳ୍ପ ହୋଇଥିବା ବେଳେ କ୍ଷମତା ଦେଖି ଅଧିକ ଜଳଯୋଗାଣ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯିବ କହିଛନ୍ତି ପରିବହନ ମନ୍ତ୍ରୀ ଓ ଦିଗପହଣ୍ଡି ବିଧାୟକ ।ଜଳସେଚନ ନାଁରେ ଧୋକା ଦେଇଥିଲା 24 ବର୍ଷର ବିଜେଡି ସରକାର । ନାଁକୁ ପ୍ରକଳ୍ପ ଉଦଘାଟନ କରି ପାଣିର ଦେଖା ନଥିଲା । ଯାହାକି ବିଜେପି ସରକାର ଆସିବାର 4 ମାସରେ ଜଳସେଚନ ସୁବିଧା ଲାଗି ଖୋଲିଲା ବାଟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ହାତୀ ଘଉଡ଼ାଇବା ବେଳେ ଟେକି କଚାଡି ଦେଲା ହାତୀ। ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ କାଟୁଳିକନା ଅଞ୍ଚଳରେ। ମୃତକ ହେଉଛନ୍ତି କାଟୁଳିକନା ଗ୍ରାମର ଟଙ୍କଧର ନାଏକ ।
ଖବର ପାଇ ଚମ୍ପୁଆ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏକ ଗୋଠ ଛଡ଼ା ଦନ୍ତାହାତୀ ଗତ ରାତି କାଟୁଳିକନା ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ଆଜି ହାତୀ ଘଉଡେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଟଙ୍କଧର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର