ନିଜର ସାଧନା ବଳରେ ସେ ଏହି ଦିବ୍ୟଦୃଷ୍ଟିର ଅଧିକାରିଣୀ ହୋଇପାରିଛନ୍ତି । ଆଖିରେ କପଡା ବାନ୍ଧି ସେ ବହି ପଢିବା ସହ ସମ୍ମୁଖରେ ଥିବା ବସ୍ତୁକୁ ଚିହ୍ନିବା ସହ ରଙ୍ଗ ଓ ଲେଖାଯାଇଥିବା ସଂଖ୍ୟାକୁ ମଧ୍ୟ ପଢିପାରନ୍ତି । ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଦିବ୍ୟଶକ୍ତିର ଅଧିକାରିଣୀ କୁନି ଝିଅ ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଗନ୍ନାଥଙ୍କ ଫଟୋ ସହ ଗୀତା ପୁସ୍ତକ ଉପହାର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କଟକ ଡିଏଭି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ଶୁଭଶ୍ରୀ ନନ୍ଦ ।
ନିଜର ସାଧନା ବଳରେ ସେ ଏହି ଦିବ୍ୟଦୃଷ୍ଟିର ଅଧିକାରିଣୀ ହୋଇପାରିଛନ୍ତି । ଆଖିରେ କପଡା ବାନ୍ଧି ସେ ବହି ପଢିବା ସହ ସମ୍ମୁଖରେ ଥିବା ବସ୍ତୁକୁ ଚିହ୍ନିବା ସହ ରଙ୍ଗ ଓ ଲେଖାଯାଇଥିବା ସଂଖ୍ୟାକୁ ମଧ୍ୟ ପଢିପାରନ୍ତି । ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ରହିଥିଲେ ଚର୍ଚ୍ଚାରେ । ଏବେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀଙ୍କ କ୍ୟାରିୟର ବିଷୟରେ ଅନେକଙ୍କୁ ଜଣାନାହିଁ ।
୨୦୨୦ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟିକ ହୋଇଥିଲେ ଆତିଶୀ । ପ୍ରଥମେ ସେ ଶିକ୍ଷା ୱାର୍କର ଭାବେ ଶିକ୍ଷା ସୁଧାର ଦିଗରେ କାମ କରିଥିଲେ । ସେହିପରି ଆର୍ଥିକ ପରାମର୍ଶଦାତା, ରାଜନୈତିକ ପରାମର୍ଶଦାତା, ସାମାଜିକ କର୍ମୀ ଭାବେ କାମ କରିଥିଲେ । ଦିଲ୍ଲୀବାସୀଙ୍କ ବିଭିନ୍ନ ସମସ୍ୟା ସମୟରେ ଆତିଶୀ ସେମାନଙ୍କ ପାଇଁ କାମ କରି ନିଜ ପାଇଁ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଥିଲେ ।
ଆତିଶୀ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅର୍ଥନୀତିରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଶିକ୍ଷାର ବିକାଶ ପାଇଁ କାମ କରି ଆତିଶୀ ଲୋକପ୍ରିୟତା ହାସଲ କରିଥିଲୋ ତାଙ୍କ ଏହି କାମ ପାଇଁ ୨୦୧୬ରେ ମେଗାସସ ପୁରସ୍କାର ପାଇଥିଲେ।
ତେବେ ଶୁକ୍ରବାର କେଜରିୱାଲ ଜେଲରୁ ୧୭୭ ଦିନ ପରେ ମୁକ୍ତ ହୋଇଥିଲେ ଏହା ପରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହା ପରେ କେଜରିୱାଲଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ତେବେ ଏହି ଦୌଡରେ ଆଗରେ ଥିଲେ ଆତିଶୀ । ଶେଷରେ ଆତିଶୀଙ୍କ ନାଁରେ ମୋହର ଲଗାଇଲା ଆପ।
ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜରିୱାଲଙ୍କ ପରେ ବର୍ତ୍ତମାନ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଏହାପୂର୍ବରୁ ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ବରାଜ ମଧ୍ୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଦିଲ୍ଲୀ ସିଏମ ଚେୟାରରେ ଥିଲେ। ଏହିପରି ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନର ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ ସମଗ୍ର ଦେଶରେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ। ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କୁମୁଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା । ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜି ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ସମସ୍ୟାର ସମାଧାନ ପାଇଁ କୁମୁଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ।
ଅଧିକ ପଢନ୍ତୁ : ଶିକ୍ଷକ ଅଭାବ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍କୁଲ ପରିଚାଳନା। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସ୍କୁଲରେ ତାଲା ମାରିଛନ୍ତି ଗ୍ରାମବାସୀ।