ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦନ ସମସ୍ୟାର ନିରାକରଣ ପାଇଁ ଏହି ଟାସ୍କଫୋର୍ସ ଦିଗଦର୍ଶନ ଦେବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ଅଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ବି ଟାସ୍କଫୋର୍ସର ସଦସ୍ୟ ଅଛନ୍ତି।
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇଁ ପୂର୍ବରୁ ଏସଏସବି କମାଣ୍ଡୋ ନିୟୋଜିତ ହୋଇଥିବା ବେଳେ ଏବେ ସିଆରପିଏଫ ସୁରକ୍ଷା ଦେବ । ଆଇବିର ଧମକ ରିପୋର୍ଟ ପରେ ଏପରି ନିଷ୍ପତି ନେଇଛି ଗୃହ ମନ୍ତ୍ରଣାଳୟ ।
ଚିରାଗ ପାସୱାନଙ୍କ ସୁରକ୍ଷା ପାଇଁ Z ବର୍ଗରେ ମୋଟ ୩୩ନ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏମାନଙ୍କ ସହିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ ଗାର୍ଡ ମଧ୍ୟ ମୁତୟନ ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଚିରାଗ ପାସୱାନ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ, ଚିରାଗଙ୍କ ବିରୋଧରେ ଆଇବି ଏକ ଧମକପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଦାଖଲ କରିଥିଲା ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଦ ଲୋକ ଅଂଶଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇ ଏହାକୁ ଯଶ୍ବସୀ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଏ ଜିଲ୍ଲାକୁ ଏକ ନମ୍ବର କରିବା ସେଥିପାଇ ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇ ଯିବ କହୁଥିଲେ । ହେଲେ ସମାଧାନ ହୋଇଛି କି ବୋଲି ପଚାରିଥିଲେ CM । ସେତେବେଳେ ଜଣେ ସଚିବ ଆସି ମଞ୍ଚ ରେ ଭାଷଣ ଦେଉଥିଲେ, ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚରେ ସରପଞ୍ଚ ଓ ମେମ୍ବର ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି । ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହି ଅଫିସରଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...