କାଶତଣ୍ଡିର ସିନାବାସ ନାହିଁ,କିନ୍ତୁ ତାର ରୂପରେ ସେ ସମସ୍ତଙ୍କ ମନମୋହିନିଏ,ଗଜାନନ ଙ୍କ ପୂଜା ପରେ କାଶତଣ୍ଡିର ସୁନ୍ଦର ପସରାର ଆରମ୍ଭ ହୁଏ ଓ ମାଁ ଦୁର୍ଗାଙ୍କ ଆଗମନରେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା କାଶତଣ୍ଡି ମାଁଙ୍କ ମେଲାଣି ପରେ ସୂତପ୍ରବୃତ ଭାବେ ମଉଳି ଯାଏ ବୋଲି ପୌରାଣିକ ମତ ରହିଛି। ଚାନ୍ଦି ପରି ଚିକ୍ ଚିକ୍ କରି ଝଟକି ଥାଏ ଏହି ଧରାପୃଷ୍ଠରେ। ବୁଦା ବୁଦା ଫୁଲ ଶରତେ ଖେଳି ବୁଲୁଥାଏ । ସ୍ଥାୟିତ୍ଵ ନଥିବାରୁ ସବୁ ଦୁଃଖକୁ ଜାବୁଡି ଧରି ପଡି ରହିଥାଏ ।
ସ୍ଵଳ୍ପ ସମୟ ପାଇଁ ହେଲେ ମଧ୍ୟ ମନ ଖୋଲା ହସ ମଧ୍ୟରେ ହଜେଇ ଦେଇଥାଏ ନିଜକୁ । ଖେଳି ବୁଲୁଥାଏ ଏହି ଧରଣୀ ବକ୍ଷରେ ।କାଶତଣ୍ଡି । ଯାହାର ମହକ ନଥିଲେବି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ । ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡି । ପବନର ଛୁଆଁ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା । କାଶତଣ୍ଡି ମନ ମୁଗ୍ଧ କରିଥାଏ କବି,ଭାବୁକ ଓ ବାଟଚଲା ପଥିକଙ୍କୁ । ସେଇଥି ପାଇଁ ତ ଏହାକୁ ଦେଖି କବି ଭାବୁକ ମାନେ କଲମ କାଗଜ ଧରି ବସିଯାଆନ୍ତି କିଛି ସମୟ ପାଇଁ ଏହାକୁ ବର୍ଣ୍ଣନା କରିବାକୁ,ଆଶ୍ଵୀନ ମାସର ଶରତ ଋତୁରେ କାଶତଣ୍ଡିର ପସରା ଦେଖିବାକୁ ମିଳିଥାଏ । ବହୁ କମ୍ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିନ୍ତୁ ସଭିଙ୍କୁ ବାଣ୍ଟି ଦେଇଯାଏ ଶାନ୍ତିର ବାର୍ତ୍ତା ।