ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ ।
ବିଜେଡି ଶାସନର 24 ବର୍ଷ ଭିତରେ ପୂରଣ ହୋଇପାରିନଥିଲା ଶିଳ୍ପାୟନ ସ୍ବପ୍ନ । ଫେଲ୍ ହୋଇଥିଲା ମେକ୍ ଇନ୍ ଓଡ଼ିଶା କ୍ୟାମ୍ପେନ୍ । କିନ୍ତୁ ରାଜ୍ୟରେ ନୂଆ ସରକାର ଗଠନ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଶିଳ୍ପାୟନ ଖାଲି ଖଣି ଆଧାରିତ ନୁହେଁ, ଟେକ୍ସଟାଇଲ୍ ଆଦିକୁ ଆଧାର କରି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ସରକାର ।