ଅର୍ଗସ ବ୍ୟୁରୋ: ରାଜ୍ୟର ଖୋଲିବ ନୂଆ ସରକାରୀ କଲେଜ । ତିନି ଜିଲ୍ଲା କେନ୍ଦ୍ରାପଡା,ଜଗତସିଂହପୁର ଓ ଝାରସୁଗୁଡାରେ ସରକାରୀ କଲେଜ ନଥିବା ବେଳେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହାସହ ପୁଣି ଥରେ ବିଶ୍ବବିଦ୍ୟାଳୟରେ ସିନେଟ ସ୍ଥାପନ ହେବା ନେଇ ସରକାର ବିଚାର କରୁଥିବା କଥା କହିଛନ୍ତି ମନ୍ତ୍ରୀ । ସେହିପରି ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ 2020କୁ ସଂଶୋଧନ କରାଯିବ। ଏନେଇ ଗୃହରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ବିଶ୍ବବିଦ୍ୟାଳୟ ଗୁଡିକର ସ୍ଵୟତତ୍ତା ବଜାୟ ରଖିବା ପାଇଁ, ନିଯୁକ୍ତି କ୍ଷମତା ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯିବ। ସିନେଟ ପୁନଃସ୍ଥାପିତ ହେବ, ଏ ନେଇ ସରକାର ବିଚାର କରୁଛନ୍ତି. । ବିଜେଡ଼ି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ।
ଅର୍ଗସ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଇଚାଘୁଟୁ ସାହି। ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେବି ଗାଁ କୁ ସଂଯୋଗ ହୋଇ ପାରନି ପକ୍କା ରାସ୍ତା । ପାଦଚଲା କଚ୍ଚା ରାସ୍ତା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ବର୍ଷା ଦିନ କଥା ନ କହିବେ ଭଲ। ଅସରାଏ ବର୍ଷା ପରେ ରାସ୍ତାର କାଦୁଅ ବିଲର ଭ୍ରମ ଶ୍ରୁଷ୍ଟି କରୁଛି। ଆଉ ଏହି ରାସ୍ତା ଦେଇ ପ୍ରତି ଦିନ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।
ଖାଲି ରାସ୍ତା କହିଁକି ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ଗାଁରେ ଚାରୋଟି ନଳକୂପ ଅଛି ସତ ମାତ୍ର ସେଥିରୁ ଦୁଇଟି ମାତ୍ର ନଳକୂପରୁ ପାଣି ବ୍ୟାବହାର ହେଉଛି। ଅନ୍ୟ ଦୁଇଟିରୁ ନାଲି ପାଣି ବାହାରୁଛି। ଯେଉଁ ପାଣି ବ୍ୟବହାର କରି ଗାରୋର କିଡନୀ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି। ସେଭଳି ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଥିବା ବିଦ୍ୟାଳୟର ଖେଳ ପଡିଆ ପାଇଁ ଥିବା ୨ଏକର ୨୫ ଡେଶ୍ମିଲ ଜାଗା ଖେଳ ପଡ଼ିଆ ବଦଳରେ ଜଣେ ବ୍ୟକ୍ତିଗତ ଭାବରେ ଘର ତିଆରି କରି ନିଜ ଗାଡି ରଖୁଥିବା ଅଭିଯୋଗ ହୋଇଛି। ଗାଁର ସମସ୍ୟ ଅନେକ। ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଅନେକ ମିଳିଛି ମାତ୍ର ସଵୁ ପାଲଟିଛି ପ୍ରତାରଣା । ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ବା ସରକାର ଏହି ଗରିବ ଆଦିବାସୀଙ୍କ ପ୍ରତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: