ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ କହିଲେ ଆଇନ ମନ୍ତ୍ରୀ। ପ୍ରାରମ୍ଭିକ ଆଲୋଚନା ସରିଛି । କେବେ ଖୋଲିବ ସୂଚନା ଦିଆଯିବ ବୋଲି କହିଲେ ଆଇନ ମନ୍ତ୍ରୀ। ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଚଳିତ ଥର ମଧ୍ୟ ଲମ୍ୱା ସମୟ ଲାଗିବ। ରତ୍ନଭଣ୍ଡାର ସମ୍ପର୍କରେ ଶୀଘ୍ର ନଷ୍ପତ୍ତି ନେବେ ସରକାର । ରତ୍ନଭଣ୍ଡାର କାମ ଦୁନେ କି ଦୁଇ ଦିନେ ନୁହେଁ । ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଯେଉଁ ଅପେକ୍ଷା କରିଥିଲେ ଓଡିଶାବାସୀ। ତାହା ସାମ୍ନାକୁ ଆସିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗାର କରୁଛନ୍ତି। ଏହା ସତ୍ବେ ଦଳ ଭିତରେ ବବିଙ୍କ ଆଧିପତ୍ୟ ଜାରି ରହିଛି। ବବି ବିଜେଡିର କୌଣସି କମିଟିରେ ନାହାନ୍ତି, କିନ୍ତୁ ଦଳର ସବୁ ବୈଠକରେ ସେ ପ୍ରେଜେଣ୍ଟ ରହୁଛନ୍ତି, ଯାହାକୁ ନେଇ ବର୍ଷିଛନ୍ତି ଦଳର ବରିଷ୍ଠ ନେତା । ଦଳରେ କନ୍ଦଳ ଚରମ ସ୍ତରରେ ପହଞ୍ଚିଥିବାବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ଚୁପ୍। ଲାଗୁଛି ଅସନ୍ତୁଷ୍ଟଙ୍କୁ ମନାଇବାରେ ନବୀନ ବିଫଳ ହୋଇଛନ୍ତି।
ଦିନକୁ ଦିନ ବିଗୁଡୁଛି ବିଜେଡି ସ୍ଥିତି। ଦଳ ଉପରୁ କମାଣ୍ଡ ନିୟନ୍ତ୍ରଣ ହରାଉଛନ୍ତି ସୁପ୍ରିମୋ। ନିର୍ବାଚନ ବିପର୍ଯ୍ୟୟ ପରେ ବଢ଼ୁଥିବା ଗୋଷ୍ଠୀକନ୍ଦଳରେ ଲଗାମ ଲଗାଇବାକୁ ଶୁକ୍ରବାର ବଡ଼ ମିଟିଂ ଡାକିଥିଲେ ନବୀନ। ତାଙ୍କ ସାମ୍ନାରେ ଜଣେ ପରେ ଜଣେ ବଡ଼ ନେତା ଅସନ୍ତୋଷ ଝାଡ଼ିଲେ।
ପୂର୍ବରୁ ଦଳର କାର୍ପଟଦାର ଥିବା ବଡ଼ ନେତାଙ୍କ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଷୋଦଗାର କଲେ। ଅଧିକାଂଶ ବିଜେଡି ନେତାଙ୍କ ଟାର୍ଗେଟରେ ଥିଲେ ବବି ଓ ପାଣ୍ଡିଆନ। ନବୀନ ସବୁ ଶୁଣିଲେ, କିନ୍ତୁ ଚୁପ୍ ରହିଲେ। ସୁପ୍ରିମୋ ନା ପ୍ରତିକ୍ରିୟା ରଖିଲେ ନା କାହାରିକୁ ତାଗିଦ କଲେ। ନବୀନଙ୍କ ଅସ୍ବାଭାବିକ ନିରବତା, ନୋ ଆକ୍ସନ ଥିଓରୀକୁ ଏବେ ବିଜେଡି ନେତାଙ୍କ ଭିତରେ ନୂଆ ଅସନ୍ତୋଷ। ପୁଣି ବିଜେଡି ବିପର୍ଯ୍ୟୟର ବଡ଼ କାରଣ କୁହାଯାଉଥିବା ବବି ଦାସଙ୍କ କମବ୍ୟାକ୍ ଏବେ ପାଲଟିଛି ବଡ଼ ଅସନ୍ତୋଷର କାରଣ। ଯାହାକୁ ନେଇ ଅନୁସୂଚିତ ଜନଜାତି ବୈଠକରେ ବିଷୋଦଗାର କରିଛନ୍ତି ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ ।
ସେପଟେ ଲଗାତାର ବୟାନବାଜିକୁ ନେଇ ତେଜୁଛି ବିଜେଡି ରାଜନୀତି । ସମାଲୋଚନା କରୁଥିବା ନେତା ଦଳରେ ନ ରୁହନ୍ତୁ ବୋଲି ସିଧା ସିଧା ଶୁଣାଇଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । 24 ମହାଲଢ଼େଇ ସମୟରେ ପୂର୍ବାନୁମାନ କରିଥିଲେ ପ୍ରଧାନମନ୍ତ୍ରୀ। ଛଅ ମାସ ଭିତରେ ବିଜେଡିରେ ହେବ ବିସ୍ଫୋରଣ। କିନ୍ତୁ 3 ମାସ ପୁରିନାହିଁ, ବିଜେଡିରେ ସ୍ଥିତି ଅସମ୍ଭାଳ। କଳି ବଢୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛନ୍ତି ବିଜେଡି ନେତା। ସବୁ ପରେ ବି ସୁପ୍ରମୋ ନବୀନଙ୍କ ନିରବତା ବହୁ ନେତା ଓ ବିଧାୟକଙ୍କ ମନୋବଳ ଭାଙ୍ଗୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ । ସହରରେ ଶାନ୍ତି ବଜାୟ ରଖିବା ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। 2 ପ୍ଲାଟୁନ୍ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି। ପୁରୁଣା ବଜାର ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ଡିଆଇଜି ଡା. ସତ୍ୟଜିତ ନାୟକ ନିଜେ ସହରରେ ଗତକାଲି ଫ୍ଲାଗ ମାର୍ଚ୍ଚ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ । 48 ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ପୋଲିସ ଉପରକୁ ଆକ୍ରମଣ ଘଟଣାରେ 9 ଜଣ କୁ ଗିରଫ କରାଯାଇଛି। ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରିଛି ପୋଲିସ ।
ସେପଟେ ଧାମନଗର ଅଞ୍ଚଳରେ ମଧ୍ୟ ଏହି ବିବାଦୀୟ ପୋଷ୍ଟ କୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ନିଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଥାନା ଘେରାଉ କରିଥିଲେ। ଧାମନଗର NAC, ଦୋବଲ ଓ ଆଖପାଖ ଅଞ୍ଚଳରେ ମଧ୍ୟ 163 BNSS ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିଛି । ଘଟଣାକୁ ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ।
ତେବେ ଭଦ୍ରକ ହିଂସା ପଛରେ କିଏ, କିଏ ଉସକାଇଥିଲା ପୋଲିସ ଉପରେ ଆକ୍ରମଣ ପାଇଁ। ସାମ୍ନାକୁ ଆସିଛି ଫିର୍ଦ୍ଦୋଶ ନାମକ ଏଇ ଯୁବକ। ଯିଏ ଏକାଠି ହେବାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ପୋଲିସ ଆକ୍ରମଣରେ ବି ସେ ସଂପୃକ୍ତ। ଏଇ ଫିର୍ଦ୍ଦୋଶ ହେଉଛି ଭଦ୍ରକର ପୂର୍ବତନ ବିଧାୟକ ତଥା ଏବେର ଭଣ୍ଡାରିପୋଖରି ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଖାସ୍। ଏଇ ଫଟୋ ହିଁ ବୟାନ କରୁଛି ବିଜେଡି ବିଧାୟକଙ୍କ କେତେ ଘନିଷ୍ଠ ଫିର୍ଦ୍ଦୋଶ। ଜାଣିଶୁଣି ଭଦ୍ରକରେ ଅଶାନ୍ତି ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛି କି ବିଜେଡି। ଭଦ୍ରକ ହିଂସାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି କିଛି ଦୃବୁର୍ତ୍ତ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇ ଯେଉଁ ଅପପ୍ରଚାର କରିବାର ଲକ୍ଷ୍ୟ ରଖିଛନ୍ତି ଓ କିଛି ରାଜନୈତିକ ଶକ୍ତି ବି ସେଥିରେ ହସ୍ତକେକ୍ଷେ କରୁଛନ୍ତି । ସେକଥା ସେ କରି ପାରିବେ ନାହିଁ ।
ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସରକାର ପୁରା ନଜର ରଖିଥିବା ବେଳେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଉଦଯାପନୀ ଦିନ ଏଭଳି କଡା ଆଭିମୁଖ୍ୟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ହିଂସା ଉପରେ ଜିଲ୍ଲାୱାରୀ ତଥ୍ୟ ସହ ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ୍ ଏବଂ ତାର କାରଣ ବିଷୟରେ ୧ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।
ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକ, ବିଶେଷ କରି ମହିଳାଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ରାତି ଅଧରେ ଅଭିଯୋଗ ନେଇ ଆସିଲେ ମଧ୍ୟ ଗୁରୁତ୍ଵ ଦିଅନ୍ତୁ । ଆମ ଥାନା କରିଥିଲେ ଗତ ସରକାର । କିନ୍ତୁ ନିଜେ ବିଧାୟକ ଥିବା ବେଳେ କିଭଳି ଦୁର୍ବ୍ୟବହାର ଶିକାର ହୋଇଥିଲେ, କହିଲେ ସିଏମ ।ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଦିନ ସକାଳ ପଖାଳ ଆଉ ନାହିଁ । ଦୁର୍ନୀତିକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ଥିବା ସବୁ ମହିଳା ଓ ଶିଶୁ ଡେସ୍କକୁ କ୍ରିୟାଶୀଳ କରାଯାଉ । ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ ନିର୍ଯାତନା ରୋକିବାକୁ ପାଇଁ ସାଇବର ବିଭାଗ କାମ କରୁଛି । ତେବେ ସାଇବର କ୍ରାଇମ୍ ରୋକିବା ପାଇଁ ପୋଲିସ ଟେକନଲଜି ବ୍ୟବହାର ବୃଦ୍ଧି କରୁ । ରାଜ୍ୟରୁ ମୂଳରୁ ନିପାତ ହେବ ମାଓ ହିଂସା । ମାଓବାଦୀ ମୁଖ୍ୟମନ୍ତ୍ରୀଙ୍କ ୱାର୍ଣ୍ଣିଂ । ମାଓବାଦୀ ମାନେ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ନଚେତ୍ ଯାହା ପରିସ୍ଥିତି ହେବ ସାମ୍ନା କରିବେ ମାଓବାଦୀ ।
ପୋଲିସ ବାହିନୀକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ ସ୍ଵତନ୍ତ୍ର ବାଟାଲିୟନ, ନିଯୁକ୍ତ ହେବ, ୧୦୪୩ ପୋଲିସ କର୍ମୀ । ପ୍ରତି ଥାନାରେ ରହିବ ଦୁଇଟି ୪ ଚକିଆ ଗାଡି । ଥାନାର ପ୍ରତ୍ୟେକ ଅଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଁଏ ବାଇକ । ଖୁବଶୀଘ୍ର ସରକାର ଯୋଗାଇଦେବେ ୯ ହାଜାର ବାଇକ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ହେବ ଓଡ୍ରାଫ ୟୁନିଟ । ଏବେ ୨୦ଟି ୟୁନିଟ ଅଛି, ଆଉ ୧୦ଟି ୟୁନିଟ କାର୍ଯ୍ୟକାରୀ କରାଯିବ । ୩ଟି ନୂଆ ଓଡ଼ିଶା ଷ୍ଟେଟ ଷ୍ଟ୍ରାଇକିଂ ଫୋର୍ସ ବାଟାଲିୟନ ହେବ ।
ଏସପି ମାନେ ନିୟମିତ ଭାବେ ଥାନା ଗସ୍ତ କରନ୍ତୁ । ଯଦି ଥାନା ଅଧିକାରୀ ଥାନାକୁ ଯିବେ ନାହିଁ, ବାଧା ଆସିବ । ପୋଲିସ ବିଭାଗରେ ଖାଲି ଥିବା ପଦବୀ ପୂରଣ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ଏ ଉପରେ ଖୁବଶୀଘ୍ର ନିଷ୍ପତି ନିଆଯିବ । ଶାସନ ପ୍ରଶାସନର ଦୁଇଟି ଖମ୍ବ ଜିଲ୍ଲାପାଳ ଓ ଏସପି । ନିଜ ପଦ ପଦବୀ ପ୍ରତି ଉତ୍ତର ଦାୟିତ୍ଵ ନିର୍ବାହ କରନ୍ତୁ । ଗୋଟିଏ ଟିମ୍ ଭଳି କାମ କରନ୍ତୁ । ନଚେତ୍ ମତାନ୍ତର ମନାନ୍ତର ହେବ । ଏହାକୁ କେବେ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...