ଦୀର୍ଘଦିନ ହେବ ଏକ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ଘୁରି ବୁଲୁଛନ୍ତି । ହାତୀପଲ ମଧ୍ୟରୁ ଦୁଇଟି ହାତୀ ଗୋଠରୁ ବାହାରି ଏଣେ ତେଣେ ବୁଲୁଛନ୍ତି । ହାତୀକୁ ଘଉଡେଇବା ପାଇଁ ବନବିଭାଗ ଉଦ୍ୟମ କରୁଛି । ହେଲେ ହାତୀକୁ ଜଙ୍ଗଲ ମଧ୍ୟକୁ ତଡିବାରେ ବିଫଳ ହୋଇଛନ୍ତି ।
ଦନ୍ତାହାତୀଟି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ଡ଼ମଣଭୂଇଁ ଗାଁ ନିକଟରେ ମୃତ୍ୟୁ ବରଣ କରିଛି । ଦନ୍ତାହାତୀର ବୟସ ୪୦ବର୍ଷ ହେବା ନେଇ ଅନୁମାନ କରାଯାଉଛି । ଦନ୍ତାହାତୀଟି କିଭଳି ମୃତ୍ୟୁବରଣ କରିଛି ବନବିଭାଗ ସ୍ପଷ୍ଟ କରିନାହିଁ । ଇଲେକ୍ଟ୍ରି କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...