ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ବାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ । ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ । ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି ।
ଅତ୍ୟନ୍ତ ସ୍ଵଛତା ରଖିବା ପାଇଁ RBI ର ସହାୟତା ନିଆଯିବ । ସେମାନେ ସେଠି ରହିବେ । ମ୍ୟାନେଜିଂ ଟିମ ରହିବେ । ମନ୍ଦିର ମୁଖ୍ୟ ଅଧିକାରୀ ରହିବେ । ପ୍ରଭୁଙ୍କ ପ୍ରତିଟି ଅଳଙ୍କାର ସଂଖ୍ୟା, ଗୁଣାତ୍ମକ ମାନ, ଡିଜିଟାଲ ଲାଇବ୍ରେରୀ କରାଯିବ । ଆଗାମୀ ଦିନରେ ରେଫ୍ରାନ୍ସ ଡ୍କ୍ୟମେଣ୍ଟ ପାଇଁ ଏହି ଭିଡିଓ ଗ୍ରାଫି ଆଗାମୀ ଦିନରେ ସହାୟକ ହେବ । SOP ର ସ୍ପଷ୍ଟ ଚିତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି । ରତ୍ନଭଣ୍ଡାର ଭିତରକୁ ବିଶେଷଜ୍ଞ ଟିମ ଯିବ । ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଟିମ ହୋଇଛି । ASI ପ୍ରତିନିଧି ରହିବେ । ମନ୍ଦିର ଭଣ୍ଡାର ସହ ଲିଙ୍କ ଥିବା ଲୋକେ ମଧ୍ୟ ରହିବେ
ଚାବି ଯେଉଁଟା ଅଛି ସେହି ଚାବି ହସ୍ତନ୍ତ୍ରଣ ହେବ । ଯଦି ସେହି ଚାବିରେ ନ ଖୋଲିବ ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅନ୍ୟତ୍ର ବ୍ୟଶତଃ ହେବ ।
୨୪ ବର୍ଷ ସରକାର ଏ ଭଣ୍ଡାର ଖୋଲିନଥିଲେ । ଏହି ନୂଆ ସରକାର କଥା ରଖି କଥା ରଖୁଛନ୍ତି । ଗତ ଥର ୭୨ ଦିନ ଲାଗିଥିଲା । କିନ୍ତୁ ଏଥର ଆମେ ଶୀଘ୍ର ପାଇଁ ଚେଷ୍ଟା କରିବୁ । ଗତ ସରକାର ବିଭିନ୍ନ କମିଶନକୁ ଲୁଚାଇ ରଖିଥିଲେ, କିନ୍ତୁ ଆମେ ସବୁ ରିପୋର୍ଟ ପବ୍ଲିକ କରିବୁ । ପ୍ରତିଦିନ ରତ୍ନ ଭଣ୍ଡାର ସମ୍ପର୍କରେ ଯାହା ଖବର ସାର୍ଵଜନୀନ୍ ହେବା କଥା ତାହା ଜଣାଯିବ ।
ASI ପ୍ରତିନିଧି କାଲି ସେଇଠି ରହିବେ ଯଦି ମରାମତି ପାଇଁ ସେମାନେ ଯାଞ୍ଚ କରି କହିବେ ତେବେ ଆମେ ସେ ପ୍ରତି ଧ୍ୟାନ ଦେବୁ । ଗତ ସରକାର ଅନେକ ଭୁଲ ଭାଲ କାମ କରିଥିଲେ, ଆମେ ସେ ବିଷୟରେ ଗୁରୁତ୍ୱ ଦେଉ ନାହୁଁ । ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାମ କରିବୁ ।
ଆହୁରି ପଢନ୍ତୁ ରଥଯାତ୍ରା-2024 ଖବର...