ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ ଡିଏସ୍ପି ରଜତ କୁମାର ରାୟ । ପୂର୍ବରୁ ଘଟଣାରେ ଗୋଛାପଡ଼ା ଥାନାର SI, ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ 3 ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତ 28 ତାରିଖରେ ଘାଟି ତଳୁ ଯୁବକ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା । ପୋଲିସ ପିଟିପିଟି ମାରିବା ପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ୍ କରିଛି ଏନଆଇଏ । ଆତଙ୍କୀଙ୍କୁ ଫଣ୍ଡିଂ କରୁଥିବା କିଛି ଗୁପ୍ତ ସଂସ୍ଥା ଏବଂ ଆତଙ୍କୀ ସମର୍ଥକ ଲୁଚି ରହିଥିବାର ସୂଚନା ମିଳିବା ପରେ ଏନ୍ଆଇଏ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।
ଆହୁରି ପଢନ୍ତୁ ଭାରତ ଖବର...