ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପ୍ରଥମ ଥର ବୌଦ୍ଧ ଜିଲ୍ଲାକୁ ଆସିଲା ଟ୍ରାଏଲ ରନ୍ ଟ୍ରେନ ଇଞ୍ଜିନ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ବଢ଼ିଛି ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ୮ କିଲୋମିଟର ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବୌଦ୍ଧ ଜିଲ୍ଲା ପୁରୁଣାପାଣି ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ରେଳ ଇଂଜିନ ବଗି ସୋନପୁର ରେଲୱେ ଷ୍ଟେସନଠାରୁ ତେଲନଦୀ ବ୍ରିଜ ଉପରେ ଆସି ଟ୍ରାଏଲ ରନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଓଡ଼ିଶାରେ ରାହୁଲ । ସାଲେପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସାଲେପୁରରେ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ । ପାଣ୍ଡିଆନ ରାଜ୍ୟ ଚଲାଉଥିବା କହିଛନ୍ତି ରାହୁଲ । ରାହୁଲ ଅଭିଭାଷଣ ଆରମ୍ଭ ରୁ ବର୍ଷିଲେ।
ରାଜ୍ୟ ସରକାରଙ୍କୁ ସାଣିତ ଢଙ୍ଗରେ ଆକ୍ଷେପ କରି କହିଛନ୍ତି ନବୀନ ଏଠାରେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ଫାଇଦା ଉଠାଉଛନ୍ତି। ଓଡିଶାକୁ ପାଣ୍ଡିଆନ ଚଳାଉଛନ୍ତି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଉଛନ୍ତି। ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ଚଳାଉଛନ୍ତି। ରାହୁଲ ଆହୁରି ମଧ୍ୟ କହିଛନ୍ତି ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି ରାଜ୍ୟ ସରକାର ବୋଲି ରାହୁଲ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ରେଲୱେ ଏକ ବଡ ପରିଵର୍ତ୍ତନ ହୋଇଛି । ଯଦି ଆପଣ ମାନେ ନିଜର ପିଲା ମାନଙ୍କୁ ବାହାରକୁ ରେଳରେ ନେଵାକୁ ଚାହୁଁଛନ୍ତି ତେଵେ ଟିକେଟି ଏପରି ଏକ ପରିଵର୍ତ୍ତନ ଯାହା ଆଣଙ୍କ ପାଇଁ ଏକ ଵଢ ଖୁସି ଖବର ।
ଭାରତୀୟ ରେଳ ଯାତ୍ରା ଟିକେଟ୍ ଉପରେ ଲଗାଯାଉଥିଵା ବୀମାର ନିୟମ ଉପରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ, ଯଦି ଜଣେ ପିଲା ଟ୍ରେନ୍ ଯାତ୍ରା ସମୟରେ ଅଧା ଟିକେଟ୍ କିଣନ୍ତି ତେବେ ସେ କୌଣସି ଵୀମାର ସୁଵିଧା ପାଇବେ ନାହିଁ ଆଇଆରସିଟିସି ଅନୁଯାୟୀ ବର୍ତ୍ତମାନ ଯାତ୍ରୀମାନେ ସମ୍ପୂର୍ଣ୍ଣ ଟିକେଟ ବୁକିଂ କରିବା ପରେ ହିଁ ବୀମା ସୁବିଧା ପାଇପାରିବେ। ଏଥି ସହିତ କୌଣସି ବିକଳ୍ପ ବୀମାର ପ୍ରିମିୟମରେ ମଧ୍ୟ ବୃଦ୍ଧି କରାଯାଇଛି । ଏପ୍ରିଲ୍ ୧ ରୁ ସମସ୍ତ ଯାତ୍ରୀଙ୍କର ପ୍ରିମିୟମ୍ ଵଢାଯାଇଛି ।ଏହା ପୂର୍ବରୁ ଏହା ୩୫ ପଇସା ଥିଲା ବେଳେ ବର୍ତ୍ତମାନ ୪୫ ପଇସାକୁ ଵଢାଇଦିଆଯାଇଛି ।
ଅନଲାଇନ୍ ବୀମା ସୁବିଧା:-
ଆଇଆରସିଟିସି ଅନୁଯାୟୀ ଇ-ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଇଚ୍ଛାଧୀନ ବୀମା ଯୋଜନାର ଲାଭ ଉପଲବ୍ଧ ହେବ। ରେଳ ଟିକେଟ୍ କାଉଣ୍ଟରରୁ କିଣାଯାଇଥିବା ଟିକେଟ୍ ଉପରେ ବୀମା ଯୋଜନା ପ୍ରଯୁଜ୍ୟ ହେବ ନାହିଁ । ଅନଲାଇନ୍ କିମ୍ବା ଇ-ଟିକେଟ୍ କିଣିଲେ ଏହି ସୁବିଧା ପାଇପାରିଵେ । ଏହି ଯେଜନାଟି ଟ୍ରେନର ଯାତ୍ରା କରୁଥିଵା ସମସ୍ତ ଯାତ୍ରୀ ମାନଙ୍କ ପାଇଁ ଉପଲବ୍ଧ । ଏବଂ ଯେଉଁ ମାନଙ୍କର ଟିକେଟ କନଫଅରମ ହୋଇନଥିଵ ସେହି ଯାତ୍ରୀମାନେ ଏହି ବୀମା ଯୋଜନା ପାଇପାରିଵେ ନାହିଁ ।
ମୃତ୍ୟୁ ମାମଲାରେ ୧୦ ଲକ୍ଷ ଟଙ୍କା
ଏହି ବୀମା ଯୋଜନା ଅନୁଯାୟୀ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟୁଛି ତେଵେ ସେ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଦିଆଯିଵ । ଯଦି ଅଳ୍ପ କିଛି କ୍ଷତି ହୋଇଥାଏ ତେବେ ସେ କ୍ଷେତ୍ରରେ ୭.୫ ଲକ୍ଷ ଟଙ୍କା ଏବଂ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯାଉଛି। ସେପ୍ଟେମ୍ବର ମାସ ୨୦୧୬ମସିହାରେ ଭାରତୀୟ ରେଳବାଇ ଦ୍ୱାରା ରେଳ ଯାତ୍ରୀ ମାନଙ୍କ ପାଇଁ ବୀମା ଯୋଜନା ଆରମ୍ଭ କରାଯାଇଥିଲା। ସେତେବେଳେ ଯାତ୍ରୀଙ୍କ ପାଇଁ ବୀମା ପ୍ରିମିୟମ ୯୨ ପଇସା ଥିଲା ଯାହା ସରକାର ନିଜେ ଦେଇଥିଲେ । ଏହା ପରେ ଅଗଷ୍ଟ ମାସରେ ଏହାକୁ ୪୨ ପଇସାକୁ ବୃଦ୍ଧି କରାଯାଇଥିଲା ଏବଂ ପରେ ଏହାକୁ ୩୫ ପଇସାକୁ ହ୍ରାସ କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଜଳୁଛି ପୁରା ଓଡ଼ିଶା। ତାତିରେ ବ୍ରେକ ଲାଗୁନି। ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବର ହେଉଛି ସବୁଠୁ ଉତ୍ତପ୍ତ।
ଭୁବନେଶ୍ୱର: ୪୧.୬°C
ବାଲେଶ୍ୱର: ୪୦.୭°C
ଚାନ୍ଦବାଲି: ୪୦.୨°C
କେନ୍ଦୁଝର: ୪୦°C
ଝାରସୁଗୁଡା: ୩୯.୫°C
ସମ୍ବଲପୁର: ୩୯.୪°C
ରାଉରକେଲା: ୩୯.୪°C
ହୀରାକୁଦ: ୩୭.୮°C
ପୁରୀ: ୩୪.୨°C
ଗୋପାଳପୁର: ୩୩.୫°C
ପାରାଦୀପ: ୩୩.୪°C
ଅଧିକ ପଢ଼ନ୍ତୁ ପାଣିପାଗ ଖବର