ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ଯୋଜନା ଅପହଁଞ୍ଚ
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ବାଘୁଆପାଳ ଗାଁର ବୃଦ୍ଧ ଦମ୍ପତ୍ତି ମାନସିଂ ଦଙ୍ଗ, ବାସନ୍ତି ଦଙ୍ଗ । ମୁଣ୍ଡ ଗୁଞ୍ଜିବା ପାଇଁ ନା ଏମାନଙ୍କ ପାଖରେ ଘର ଅଛି ନା ଖାଇବା ପେଟକୁ ମୁଠାଏ ଦାନା । ଭିକ୍ଷା ମାଗି ଆଣିଲେ ଯାହା କିଛି ମିଳେ ସେତିକିରେ ପେଟ ପୁରୁଥିବା ବେଳେ ଯେଉଁ ଦିନ ଭିକ୍ଷା ମିଳେନି ସେଦିନ ଓପାସ ।
ଘର ଖଣ୍ଡିଏ, ରାସନ କାର୍ଡରେ ଚାଉଳ ଏବଂ ବାର୍ଧକ୍ୟ ଭତ୍ତା ପାଇଁ ଏହି ବୃଦ୍ଧ ଦମ୍ପତ୍ତି ବହୁଥର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୃଦ୍ଧ ଦମ୍ପତ୍ତିଙ୍କ ନିକଟରେ ସରକାରୀ ପ୍ରଶାସନ ପହଁଞ୍ଚିପାରିନି.....
#ArgusNews #Odisha #Jajpur #Helpless #Old_Couple
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app