ଭିଡିଓରେ ଅନୁପମ ତାଙ୍କ ମା’ଙ୍କ ସହିତ ପୂଜା ଘରେ ବାପାଙ୍କ ଛବି ସାମ୍ନାରେ ଠିଆ ହୋଇ ‘ତାନଭି ଦି ଗ୍ରେଟ୍’ ନାମକ ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି।
ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ
ଭିଡିଓର କ୍ୟାପସନରେ ଅନୁପମ ଲେଖିଛନ୍ତି, ‘ତାନଭି ଦି ଗ୍ରେଟ୍’ ସିନେମା ନାମକୁ ମୋର ଜନ୍ମଦିନରେ ଘୋଷଣା କରି ଗର୍ବ ଅନୁଭବ କରୁଛି। ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସର୍ବୋତ୍ତମ ଦିନ । ଏହି ସିନେମାକୁ ମୁଁ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଇଛି। ତିନିବର୍ଷ ଧରି ଏହା ଉପରେ କାମ କରିବାପରେ ସିନେମାର ସୁଟିଂ ଆରମ୍ଭ ପାଇଁ ଶୁଭ ଦିନ ଭାବେ ମହାଶିବରାତ୍ରୀ ପଡ଼ୁଥିବା ମାର୍ଚ୍ଚ ୮ ତାରିଖକୁ ଚୟନ କରିଛି। ମୋତେ ଆପଣମାନଙ୍କ ସ୍ନେହ, ଶୁଭେଚ୍ଛା ଏବଂ ଆଶୀର୍ବାଦ ଲୋଡା। ଓମ୍ ନମଃ ଶିବାୟ।