କେଉଁ ରୋଗକୁ ଦୂର କରିଥାଏ କଲରା
କଲରାର ନିୟମିତ ସେବନ ଦ୍ୱାରା ଆସ୍ତମା, ଶ୍ୱାସକ୍ରିୟା, ହୃଦ ରୋଗ, କିଡନୀ, ଯକୃତ, ହଜମ ପ୍ରକ୍ରିୟା, ଚକ୍ଷୁ ରୋଗ, ରକ୍ତ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।
ସଂକ୍ରମଣ ରୋଗରୁ ରକ୍ଷା କରିଥାଏ
କଲରାରେ ଥିବା ଭିଟାମିନ୍ ସି ଯୋଗୁଁ ଇମ୍ୟୁନ ଶିଷ୍ଟମ ମଜଭୁତ ହୋଇଥାଏ। ଯେଉଥିପାଇଁ ଆମକୁ ଅନେକ ପ୍ରକାରର ସଂକ୍ରମଣ ରୋଗରୁ ରକ୍ଷା କରିଥାଏ। ଖାଲି ଏତିକି ନୁହେଁ କଲରାରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଆମର ଆକ୍ଷିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ଏବଂ ଆଖି ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
ମୋଟାପା କମ କରିଥାଏ କଲରା
କଲରା ମୋଟାପାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। କଲରାରେ କ୍ୟାଲେରି କମ ଏବଂ ଫାଇବର ଅଧିକ ରହିଥାଏ। ଯେଉଁଥିପାଇଁ ବାର ବାର ଭୋକ ଲାଗିନଥାଏ। କେବଳ ଏତିକି ନୁହେଁ, ଏହା ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିଥାଏ । ଯେଉଥିପାଇଁ ପେଟ ସୁସ୍ଥ ରହିଥାଏ। ପାଚନ ତନ୍ତ୍ର ମଜଭୁତ ରହିଥାଏ।
କେମିତି ଖାଇବେ କଲରା
ଡାକ୍ତରଙ୍କ ଅନୁସାରେ କଲରାକୁ ବିଭିନ୍ନ ଉପାୟରେ କଲରାକୁ ଖାଇପାରିବା। କଲରାକୁ ଭାଜି କରି ଖାଇପାରିବେ, ଏହାକୁ ଆଚାର କରି ଖାଇପାରିବେ ଏହାର ଜୁସ୍ କରି କରି ପିଇ ପାାରିବେ। ଯଦି ଆପଣ ନିୟମିତ ଭାବେ କଲରାକୁ ନିଜ ଖାଦ୍ୟରେ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କୁ ଅନେକ ପ୍ରକାର ରୋଗରୁ ରକ୍ଷା କରିପାରିବ।
ଅଧିକ ଦେଖନ୍ତୁ :