2022ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବା ବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ। ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ହେଲେ ତାଙ୍କ ବିରୋଧରେ ହେଲାନାହିଁ ଆକସନ୍। ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ଅଙ୍କିତାଙ୍କୁ ଦୀନକୃଷ୍ଣ ଓ ତାଙ୍କ ଟିମ୍ ମାଡ ମାରି ଏବେ ବିବାଦରେ। ଯେଉମାନେ ରାସ୍ତାରେ ସେମାନଙ୍କୁ ଆକ୍ରମଣ ସହ ଦୁର୍ବ୍ୟଵହାର କରିଥିଲେ ସେମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଡିଜିପିଙ୍କ ନିର୍ଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଅଙ୍କିତା ଓ ମେଜର ଗୁରବନ୍ତଙ୍କୁ ମାଡ ମାରିଥିବା ପୋଲିସ ବିରୋଧରେ କେବେ ହେବ ଏଫଆଇଆର, ଅଙ୍କିତାଙ୍କ ବାପା ଦୋଷୀ ପୋଲିସଙ୍କୁ ଜେଲରେ ପୁରାଇବାକୁ ଦାବି କରିଛନ୍ତି ।
ସେପଟେ ଅଙ୍କିତାଙ୍କୁ ଥାନାରେ ଆକ୍ରମଣ ଘଟଣାରେ ଓଡ଼ିଶା ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ । 3 ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଜଣେ ଯୁବତୀଙ୍କୁ ଥାନା ଭିତରେ ଏଭଳି ଆକ୍ରମଣ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଢେ 4 କୋଟି ବ୍ୟୟରେ ନିର୍ମିତ ମଡେଲ୍ ଥାନାର ସିସିଟିଭି କୁଆଡେ ଗଲା ତାକୁ ନେଇ ବି ଉଠିଛି ପ୍ରଶ୍ନ।
ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା । ଏନେଇ ଭରତପୁର ଥାନାକୁ ଏଫଆଇଆର ପାଇଁ ଆସିଥିଲେ ମେଜର ଓ ଅଙ୍କିତା । ହେଲେ ପୋଲିସ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଓଲଟା ଅଙ୍କିତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ ।
ଆହୁରି ପଢନ୍ତୁ ଓଡିଶା ଖବର...