ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ପ୍ରଥମ ମାମଲା ଆସିଥିଲା ଦିଲ୍ଲୀରୁ,ତା’ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମଙ୍କିପକ୍ସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ଦେଇଛନ୍ତି ପରାମର୍ଶ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ । ଜ୍ୱର, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଏହି ରୋଗରେ ପ୍ରଥମେ ଦେଖିବା ପାଇଁ ମିଳିଥାଏ । ଜ୍ୱର କମିଯିବା ପରେ ଶରୀରରେ ଘା ଦେଖାଯାଏ,ଯାହା ପ୍ରାୟତଃ ମୁହଁରୁ ଆରମ୍ଭ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ। ୧୯୫୮ରେ ଡେନମାର୍କରେ ପ୍ରଥମେ ମାଙ୍କଡ଼ ଠାରେ ଚିହ୍ନଟ ମଙ୍କିପକ୍ସ ଭୂତାଣୁ ମୂଷା ଓ ଅନ୍ୟ ଛୋଟ ସ୍ତନ୍ୟପାୟୀ ଜୀବ ଶରୀରରେ ମଧ୍ୟ ମିଳିଥାଏ। ମଣିଷ ଠାରେ ଏହା ପ୍ରଥମେ ୧୯୭୦ରେ କଙ୍ଗୋରେ ଚିହ୍ନଟ ହୋଇଥିଲା। ପଶୁରୁ ପଶୁକୁ ଏବଂ ମଣିଷକୁ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ମଣିଷଠୁ ମଣିଷକୁ ମଧ୍ୟ ଡେଉଁଛି। ସରକାରଙ୍କ ପକ୍ଷକୁ ଗାଇଡଲାଇନ ଜାରି ହେବା ସହ କରାଯାଇଛି ସଚେତନ