ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜୁନ୍ 29ରୁ ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା । ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା 15 ଏପ୍ରିଲରୁ ଆରମ୍ଭ ହୋଇଛି । ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ଯାତ୍ରା ପଞ୍ଜିକରଣ ପାଇଁ ଅଫିସିଆଲ୍ ୱେବସାଇଟ୍ jksasb.nic.in ରେ ହୋଇପାରିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ 19 ଜୁନ୍ ରେ ବାବା ଅମରନାଥଙ୍କ 'ପ୍ରଥମ ପୂଜା' ଆରମ୍ଭ ହୋଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି । ଏକ ସରକାରୀ ବିବୃତିରେ କୁହାଯାଇଛି ଯେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଣ-ଆଲକୋହଲିକ୍ ପ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି । ମଧୁମେହ ଓ ହୃଦ୍ରୋଗ ଭଳି ମେଟାବୋଲିକ୍ ସମସ୍ୟା ସହିତ ଘନିଷ୍ଠ ଭାବରେ ଜଡିତ। ଏହି ସମସ୍ୟା ପ୍ରତି ୧୦ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ପାଖରେ ଦୋଖାଦେଇଥାଏ ।
ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି । ବିଶେଷ କରି ଅସ୍ବାସ୍ଥ୍ୟକର ଖାଇବା ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଭାରତରେ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି । ଅଣଆଲକୋହଲିକ୍ ପ୍ୟାଟି ଲିଭର ଡିଜିଜ୍ ର ସବୁଠାରୁ ସାଧାରଣ ରୂପ ହେଉଛି- ମୋଟାପଣ, ମଧୁମେହ ଓ ମେଟାବୋଲିକ୍ ସମସ୍ୟା । ଦ୍ରୃତ ସହରୀକରଣ, ଅଧିକ କ୍ୟାଲୋରୀର ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁ ମଦ୍ୟପାନ ବିନା ମଧ୍ୟ ଅଧିକ ଲୋକ ଫ୍ୟାଟି ଲିଭରେ ପୀଡ଼ିତ ହେଉଛନ୍ତି । ଟାଇପ୍ ୨ ମଧୁମେହ ଓ ଇନସୁଲିନ ପ୍ରତିରୋଧର ବଢୁଥିବା ହାର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଯୋଗ ଦେଉଛି । ଏହାର ଚିକିତ୍ସା ନ କଲେ ଯକୃତି ପ୍ରଦାହ, ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଜଟିଳ ରୋଗ ବଢିପାରେ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...