ଏହା ଫଳରେ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଉ ଲୁଚିବ ନାହିଁ। ଏନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଖୁବ ଶୀଘ୍ର କରାଯାଇପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। । ପୂର୍ବରୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରୁ ନିର୍ଯାତନା ଅଭିଯୋଗ ଆସିଥିବା ନଜିର ରହିଛି । କିଛିଦିନ ତଳେ ଉତ୍କଳ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଥିଲେ ଜଣେ ଛାତ୍ରୀ । ଯାହାକୁ ନେଇ ବଦନାମ ମୁଣ୍ଡାଇ ଥିଲା ବିଶ୍ବ ବିଦ୍ୟାଳୟ । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ମହିଳାମାନଙ୍କୁ ସକରାତ୍ମକ ଓ ସମ୍ମାନାସ୍ପଦ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଛାତ୍ରୀ । ସେପଟେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଠିକ ଭାବେ କାର୍ଯ୍ୟ କରୁଛି । ପ୍ରତିମାସରେ ତିନି ଥର ମିଟିଂ ହେବା ସହ କମିଟି ପକ୍ଷରୁ ରିଭ୍ୟୁ କରାଯାଉଛି ବୋଲି ଅଧକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ଚିଠି ଅନୁଯାୟୀ, ସେପ୍ଟମ୍ବର ୩୦ ସୁଦ୍ଧା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର