ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଘର ବାହାରେ ଶୋଇଥିବା ବେଳେ ତିନି ଜଣଙ୍କୁ ଦଳି ମାରିଲା ଦନ୍ତା । ବରଗଡ଼ ପାଇକମାଳ ରେଞ୍ଜ ସଲଡିହିଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ ଛୁଆ ଓ ମାର ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଗାଁର ବିପିନ ବରିହାଙ୍କ ସ୍ତ୍ରୀ ପାନ ବରିହା, ନାବାଳିକା ଝିଅ ଓ ତିନି ବର୍ଷୀୟ ଶିଶୁ ଦଳି ଦେଇଛି ହାତୀ । ବିପିନ ବରିହା ଓ ତାଙ୍କ ସାତ ବର୍ଷୀୟା ନାବାଳକ ପୁଅ ମଣ୍ଟୁ ବରିହା ଆହତ ହୋଇଛନ୍ତି । ଏକବର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାସହ ଗ୍ରାମବାସୀ ଭୟଭୀତ ଅଛନ୍ତି। ଗାଁରେ ପସି ଲୋକଙ୍କୁ ଦଳି ଚକଟି ମାରୁଛି ଦନ୍ତା। ବାରମ୍ୱାର ଏଭଳି ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଯଥାଶୀଘ୍ର ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଣି ଫେରିଲା ଫଟାପଟ କ୍ରିକେଟ । ବ୍ଲୁ ସିଟିରେ ଲିଜେଣ୍ଡ ଲିଗର କ୍ରେଜ। ଯୋଧପୁରର ବର୍କତୁଲା ଖାନରେ ଆଜିଠୁ ଆରମ୍ଭ ହେବ ଲିଜେଣ୍ଡସ ଲିଗ। ଉଦଘାଟନୀ ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ। ଉଭୟ ଦଳ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଚଳିତ ବର୍ଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳ ବେଶ ଆଶାବାଦୀ। କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳରେ ପଠାନ ବ୍ରଦର୍ସ ଇରଫାନ, ଯୁସୁଫଙ୍କ ସହ ବିନୟ କୁମାର, ରସ ଟେଲର, ଜେସି ରାଇଡ଼ର ଆଦି ଖେଳାଳି ରହିଥିବା ବେଳେ ମାଣିପାଲ ଟାଇଗର୍ସ ଦଳରେ ରବିନ ଉଥାପା, ହରଭଜନ ସିଂ, ପ୍ରଜ୍ଞାନ ଓଝା, ଡାନିଏଲ କ୍ରିଷ୍ଟିଆନ ପ୍ରମୁଖ ରହିଛନ୍ତି।
ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ଖେଳୁଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛନ୍ତି ଉଭୟ ଟିମ। ଚଳିତ ବର୍ଷ ନୂଆ କରି ଏହି ଲିଗରେ ସାମିଲ ହୋଇଥିବା ଫ୍ରାଞ୍ଚାଇଜ କୋଣାର୍କ ସୂର୍ଯ୍ୟାସ ଓଡିଶା ଭଲ ପ୍ରଦର୍ଶନ କରିବାକୁ ବେଶ ଆଶାବାଦୀ । ଦଳ ବେଶ ସନ୍ତୁଳିତ ରହିବା ସହ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି ଦଳର ଅଧିନାୟକ ଇରଫାନ ପଠାନ। ସେହିପରି ଦଳରେ ଅନ୍ୟତମ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ ମଧ୍ୟ ଦଳକୁ ନେଇ ବେଶ ଆଶାବାଦୀ ଅଛନ୍ତି।
ଅଧିକ ପଢନ୍ତୁ କ୍ରୀଡା ଖବର
ବାଲେଶ୍ବର: ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା । 50ରୁ ଅଧିକ ଗାଁ ଜଳବନ୍ଦୀ। ରାସ୍ତା ଉପରେ 4ଫୁଟର ପାଣି, ଯାତାୟାତ ବାଧାପ୍ରାପ୍ତ। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି 4ହଜାର 500 ବନ୍ୟା ବିପନ୍ନ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ। ସ୍ଥିତି ଉପରେ ତୀକ୍ଷିଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ୪୫୦୦ଶହ ଲୋକଙ୍କୁ ଉଦ୍ଧlର କରି ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି l ଆଜି ୮ଟି ପଂଚାୟତ ରେ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକଙ୍କୁ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଜଳ ବନ୍ଦୀରେ ରେ ଥିବା ଲୋକଙ୍କୁ ଚୁଡା ,ବିସ୍କୁଟ ,ଗୁଡ଼ ଓ ପାଣି ଯୋଗାଇ ଦିଆଯାଇଛି l ସ୍ଵାସ୍ଥ ବିଭାଗ ତରଫରୁ ଅସ୍ଥାୟୀ ଶିବିର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ଜଳ ବନ୍ଦୀ ପରିବାରକୁ ନୌକାରେ ଯାଇ ହେଲଜିନ ବଟିକା ,ଜ୍ବର ,ଝାଡା ବଟିକା ଏବଂ ORS ଯୋଗାଇଦେଉଛି ମେଡିକାଲ ଟିମ l ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ତିକ୍ଷଣ ନଜର ରଖିଛି ଜିଲ୍ଲା ପ୍ରଶାସନ l
ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ବାଲିଆପାଳ ବ୍ଲକର ଜଳାଣ୍ଣର୍ବ ଗାଁ ଗୁଡିକ ବୁଲି ଦେଖିଛନ୍ତି । ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ବାଲିଆପାଳ ବ୍ଲକ ପ୍ରଶାସନ ତରଫରୁ ୮ହଜାର ଲୋକଙ୍କୁ ଜଳବନ୍ଦୀ ଗାଁରୁ ଉଦ୍ଧାର କରାଯାଇଛି। ୯ଟି ସ୍ଥାନରେ ମୁକ୍ତ ରୋଷେଇ ଶାଳ ବ୍ୟବସ୍ତା କରାଯାଇଛି । ୪୧ଟି ବିଦ୍ୟାଳୟରେ ଲୋକଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଏବେ ଵି ଓଡ୍ରାଫ୍ ଟିମ୍ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ପ୍ରଶାସନ ତପ୍ତର ରହିଛି । ଅବଶ୍ୟକ ମାତ୍ରାରେ ଶୁଖିଲା ଖାଦ୍ୟ ଲୋକଙ୍କୁ ଦିଆଯାଇଛି । ସୁବର୍ଣ୍ଣରେଖା ଓ ବୁଡାବଳଙ୍ଗ ଓ ଜଳକାରେ ଜଳ ସ୍ତର କମୁଛି । ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଂଗର ଜୁନିୟର ଡାକ୍ତର । ଆଜିଠୁ ସେମାନେ ତାଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବେ । ଆସନ୍ତାକାଲିଠୁ ଜୁନିୟର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇ ରୋଗୀସେବା କରିବେ । ଅଗଷ୍ଟ ୯ ତାରିଖରେ ଆରଜିକର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ ।
ଏପରିକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରିଥିଲେ । ଜୁନିୟର ଡାକ୍ତରମାନଙ୍କୁ ଆଲୋଚନା ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ଡାକିଥିଲେ ମଧ୍ୟ ସେମାନେ ରାଜି ହୋଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜୁନିୟର ଡାକ୍ତରଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ଦାବି ପୂରଣ ପାଇଁ ପଶ୍ଚିମବଂଗ ସରକାର ରାଜି ହେବା ପରେ ବର୍ବୋରଚିତ କାଣ୍ଡର ୪୦ ଦିନ ପରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର