OSSSC ଦ୍ଵାରା କମ୍ପ୍ୟୁଟର ଅଧାରିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସାମନାକୁ ଆସିଥିଲା ବିଜେଡି ସରକାରରେ କେଳେଙ୍କାରୀର ଚିତ୍ର । ନିଯୁକ୍ତିକୁ ଦୁର୍ନୀତି ଆଧାର କରିଥିଲା ବିଜେଡି । ପରୀକ୍ଷା ଆଉଟସୋର୍ସିଂ କରିଥିଲା OSSSC । ଯେଉଁ କମ୍ପାନୀମାନଙ୍କୁ ପରୀକ୍ଷା ଦାୟିତ୍ବ ଦିଆଯାଇଥିଲା ସେଗୁଡିକ ବ୍ଲାକଲିଷ୍ଟେଡ । ଅଭିଯୋଗ, ପରୀକ୍ଷାକୁ ମାନିପୁଲେଟ କରିବାକୁ ଏହି ସଂସ୍ଥାମାନଙ୍କୁ ବ୍ୟବହାର କରାଯାଉଥିଲା । ପ୍ରଶ୍ନ ଉଠିଥିଲା, ଏହି ବ୍ଲାକ ଲିଷ୍ଟେଜ କମ୍ପାନୀମାନଙ୍କୁ କାହିଁକି ପରୀକ୍ଷା ଦାୟିତ୍ଵ ଦିଆଯାଇଥିଲା । ବଡ଼ ପ୍ରଶ୍ନ କେଉଁ ଆଧାରରେ ଓକାକ୍ ବ୍ଲାକ ଲିଷ୍ଟେଡ୍ କଂପାନୀଙ୍କୁ ଦେଇଥିଲା ପରିଚାଳନା ଦାୟିତ୍ଵ। ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳ ଖେଳାଯାଇଛି । ଏନେଇ ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଏବେ ସରକାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଏହାକୁ ସ୍ଵାଗତ କରିଛନ୍ତି । ତେବେ ସେମାନେ ପରୀକ୍ଷା ବାତିଲ କରିବା ପାଇଁ ଦାବି ରଖିଛନ୍ତି ।
ଓଡିଶାରେ BJD ସରକାରରେ କୋଟି କୋଟି ଟଙ୍କାର କାରବାର କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ଦୁର୍ନିତୀ ଖୋର ବାବୁ। ପରୀକ୍ଷା ପରିଚାଳନା ପାଇଁ ଘରୋଇ କମ୍ପାନୀ ଗୁଡ଼ିକୁ ସ୍ଵତନ୍ତ୍ର ସିକୃତି ଦେଇ ଘୋଟାଲା ପାଇଁ ନିଜେ ବାଟ ଫିଟେଇଥିଲେ ପୁର୍ବ BJD ସରକାର। ଏବେ ତଦନ୍ତ ପରେ କେଳେଙ୍କାରୀର ସତ ସାମନାକୁ ଆସିବ ।