ଏ ବିଷୟରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡିଓଙ୍କୁ ପଚରାଯିବାରୁ ସେ କେଇସି କମ୍ପାନୀକୁ ଦେଇଛନ୍ତି କ୍ଲିନଚିଟ୍ ଆଉ କହିଛନ୍ତି ଟ୍ରାଏଲ ସରିଛି ୬ ଖଣ୍ଡ ଗାଁରେ ଅନବରତ ପାଣି ପହଞ୍ଚୁଛି। ଭେଡେନ ବ୍ଲକର ମହୁଲପାଲି, ଗଣ୍ଡତୁରୁମ, ସିଆଲଖଣ୍ଡହତା, ମେହେନା ଓ ତୁରୁମକୁ ପାନୀୟ ଜଳ ଯୋଗାଣ ହେଉଥିବା କହିଛନ୍ତି ଏସଡିଓ।
ଏସଡିଓଙ୍କ କଥାରେ କେତେ ସତ ରହିଛି ପରଖିବାକୁ ଆମେ ପହଞ୍ଚିଥିଲୁ ସେହି ଗାଁ ଗୁଡ଼ିକରେ। ଆଉ ଗାଁରେ ସ୍ଥିତି କଣ ଆମେ ଆପଣଙ୍କୁ ଦେଖାଇସାରିଛୁ। ଏବେ ଗ୍ରାମବାସୀଙ୍କ ମୁହଁରୁ ଶୁଣନ୍ତୁ ସେମାନେ କଣ କହୁଛନ୍ତି ଘରେ ନଳରେ ଜଳ ପହଞ୍ଚିବା ସମ୍ପର୍କରେ। କାହିଁକି କେଇସି କମ୍ପାନୀର ଦୋଷ ଘୋଡ଼ାଉଛନ୍ତି ଏସଡିଓ ? ଏହା ପଛରେ ରହିଛି ତାଙ୍କର କି ସ୍ବାର୍ଥ ? କାମ ହୋଇନଥିବା ବେଳେ କମ୍ପାନୀକୁ କିଏ ମଞ୍ଜୁର କରିଥିଲା ୧୯୦ କୋଟି ଟଙ୍କା ? ପୂର୍ବ ୫ଟି ସରକାର ଏହା ଥିଲା କି ଟି ଫର ଟ୍ରାନ୍ସପରେନ୍ସୀ ? ଏବେ ସରକାର ବଦଳି ଥିବା ବେଳେ। ଏହି ୧୯୦ କୋଟିର ଦୁର୍ନୀତି ପଛରେ କେଉଁମାନଙ୍କର ରହିଛି ଭୂମିକା ତଦନ୍ତ କରି ନେବେ କି କାର୍ଯ୍ୟାନୁଷ୍ଠାନ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: