ଅନ୍ୟପଟରେ ପ୍ରାୟ ୨୦ରୁ ୨୫ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିବାର ଆକଳନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଭିଡ ଓ ଗହଳି ନିୟନ୍ତ୍ରଣ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଜରୁରୀ କାଳୀନ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ୧୧୨, ୬୩୭୦୯୬୭୧୦୦, ୬୩୭୦୯୭୨୧୦୦ ନମ୍ବରରେ ହେଲ୍ପ ଲାଇନ୍ ଜାରି କରାଯାଇଛି । ସେଇଭଳି କ୍ରାଉଡ ମୋବିଲିଟି ଯୋଜନା ଅନୁଯାୟୀ ମାର୍କେଟ ଛକଠାରୁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡରେ ପ୍ରବେଶ କରିବେ ଏବଂ ଗୋଇଙ୍କା ଧର୍ମଶଳା, ମାରିଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ। ସମସ୍ତ ଭକ୍ତ ନନ୍ଦିଘୋଷ ରଥ ପାର୍ଶ୍ୱରେ ଡାହାଣ ପଟେ ଯାଇ ସମସ୍ତ ତିନି ରଥ ଆଗରେ ଯିବେ ଏବଂ ଶ୍ରୀଜୀଉମାନଙ୍କର ଦର୍ଶନ କରିବେ। ଅରୁଣସ୍ତମ୍ଭ ଦେଇ ଗ୍ରାଣ୍ଡ ରୋଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ। ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୪୩ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ପରଦିନ ଅଧରପଣା ନୀତି ଥିବାରୁ ଅନ୍ୟ ୩୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର