କୁମ୍ଭୀରକୁ ଦେଖି ଲୋକେ ବାଙ୍କୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଙ୍କୀ ବନ ବିଭାଗ କର୍ମଚାରୀ ପହଞ୍ଚି ନଦୀରେ ବୁଲୁଥିବା ଚାରି ଫୁଟିଆ କୁମ୍ଭୀରକୁ ଉଦ୍ଧାର କରି ଆଣି ନନ୍ଦନକାନନରେ ଛାଡି ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମହାନଦୀର ଶାଖା ନଦୀ ବାଙ୍କୀ ରଣା ନଦୀରେ କୁମ୍ଭୀର ବୁଲୁଥିବାର ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଚାରି ଫୁଟିଆ ଥଣ୍ଟିଆ କୁମ୍ଭୀରଟି ମହାନଦୀର ଗଭୀର ପାଣିରେ କେଉଁ ଆଡୁ ପଳାଇ ଆସି ରଣା ନଦୀରେ ବୁଲୁଥିଲା।
କୁମ୍ଭୀରକୁ ଦେଖି ଲୋକେ ବାଙ୍କୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଙ୍କୀ ବନ ବିଭାଗ କର୍ମଚାରୀ ପହଞ୍ଚି ନଦୀରେ ବୁଲୁଥିବା ଚାରି ଫୁଟିଆ କୁମ୍ଭୀରକୁ ଉଦ୍ଧାର କରି ଆଣି ନନ୍ଦନକାନନରେ ଛାଡି ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର । ତା ପୂର୍ବରୁ ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ଆଜି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଦ୍ଧା ୧ କୋଟି ପାର୍ କଲାଣି ସୁଭଦ୍ରା ଯୋଜନା ଆବେଦନ ସଂଖ୍ୟା । ତେବେ ଆବେଦନକାରୀଙ୍କ ମଧ୍ୟରୁ ୩୨ ଲକ୍ଷ ହିତାଧିକାରୀଙ୍କର NPCI କ୍ଲିୟରାନ୍ସ ମିଳିସାରିଛି । ଆଜି ସୁଦ୍ଧା ଯେତିକି ସଂଖ୍ୟାରେ ମହିଳାଙ୍କର NPCI କ୍ଲିୟରାନ୍ସ ମିଳିବ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । NPCI କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନପତ୍ର ପୁନଃ ଯାଞ୍ଚ କରାଯିବ । ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ମୟୂରଭଞ୍ଜ ଜିଲ୍ଲାକୁ କରୁଛନ୍ତି ମୋହନ ମାଝୀ । ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବା ପାଇଁ ବାରିପଦାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ମହିଳାଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।
୯ ତାରିଖରେ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରର ସୁଭଦ୍ରାର ଦ୍ଵିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସ୍ଥାନୀୟ ଛଉ ପଡିଆ ନିକଟ କଲେଜ ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି । ଅକ୍ଟୋବର ୯ ତାରିଖ ଦିନ ୧୧ଟା ବେଳେ "ସୁଭଦ୍ରା ସମ୍ମିଳନୀ" ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ, ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।
ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବା ସହ ଲୋକସଭା ରେ ଗୋଟିଏ ବି ଆସନ ନ ପାରିବା ପରେ ଏବେ କଂଗ୍ରେସ ପ୍ରଶଂସାରେ ଶତମୁଖ ବିଜେଡି ସାଂସଦ। ଇଣ୍ଡିମେଣ୍ଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କିପରି ପ୍ରଶଂସାରେ ପୋତି ପକାଉଛନ୍ତି ବିଜେଡି ରାଜ୍ୟସଭା ସାଂସଦ ।
ଦେବାଶିଷ ଙ୍କ ବୟାନ ରାଜ୍ୟ ରାଜନୀତି ରେ ନିଆଁ ଲଗାଇଥିବା ବେଳେ ଏଥିରେ ଘିଅ ଢ଼ାଳିଛନ୍ତି ବିଜେପ ବିଧାୟକ ଅଶ୍ବିନୀ ଷଢ଼ଙ୍ଗୀ । ଦିଲ୍ଲୀ କଂଗ୍ରେସ ରୁ ଯେଉଁ ନିର୍ଦେଶ ଆସୁଛି ରାଜ୍ୟରେ ବିଜେଡି ତାହା କରୁଛି ଓ ରାଜ୍ୟରେ ବିଜେଡି ଇସାରା ରେ କଂଗ୍ରେସ କାମ କରୁଥିବା ସେ କହିଛନ୍ତି । ଏପରିକି ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରେ କହି ବିଜେଡି କୁ ଟାର୍ଗେଟ କରିଛନ୍ତି । ତେବେ ଦିଲ୍ଲୀରେ ଆମର କେହି ମାଷ୍ଟର ନାହାନ୍ତି କହି ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ବିଜେପି ର ଅଭିଯୋଗ କପୋଳକଳ୍ପିତ ।
ଏହାରି ଭିତରେ ଜନାଦେଶକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ରାଜ୍ୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନି ବୋଲି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ବୟାନ କୁ କଡା କାଉଣ୍ଟର କରିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ପରାଜୟ ପରେ ବିଜେଡି ହତୋତ୍ସାହିତ ହୋଇ ପଡିଛି ବୋଲି କହିଛନ୍ତି ସମୀର । ସମ ଦୁରତା କଥା କହୁଥିବା ବିଜେଡି ର ବୟାନ ହଠାତ ବଦଳୁଛି କାହିକି ? ଚର୍ଚ୍ଚା ହେଉଛି ରାଜ୍ୟସଭାରେ ସାଂସଦ ଙ୍କୁ ନେଇ ଆତ୍ମରକ୍ଷା ପାଇଁ ଇଣ୍ଡିମେଣ୍ଟର ସାହାରା ନେବାକୁ ବିଜେଡି ଚାହୁଁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦେଶରେ ମାଓବାଦ ନେଉଛି ଶେଷ ନିଶ୍ବାସ । ଛତିଶଗଡ଼ରେ ୩୧ ନକ୍ସଲ ନିପାତ ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ। ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଓଡ଼ିଶା ସମେତ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ 5ଟି ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ଅମିତ୍ ଶାହ କହିଛନ୍ତି, ମାଓବାଦ ଉପରେ ଏବେ ଅନ୍ତିମ ପ୍ରହାର ଆବଶ୍ୟକ। ଶାହ ପୁଣି ଦୃଢ଼ୋକ୍ତି କରିଛନ୍ତି 2026 ସୁଦ୍ଧା ଭାରତ ନକ୍ସଲ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।
ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଅମିତ୍ ଶାହ, ସରେଣ୍ଡର କର, ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ମାଓ ମୁକାବିଲା ବୈଠକରେ ଯୋଗ ଦେଇ ଓଡ଼ିଶା ପାଇଁ 12 କମ୍ପାନୀ ସିଏପିଏଫ୍ ଓ ହେଲିକପ୍ଟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ସ୍ବତନ୍ତ୍ର ଟାସ୍କ ଦେଇଛନ୍ତି ଗୃହମନ୍ତ୍ରୀ। ମାଓ ପ୍ରଭାବିତ ଜିଲ୍ଲାରେ ମାସରେ ଗୋଟିଏ ଦିନ ରାତ୍ରିଯାପନ କରିବା ସହ ନିୟମିତ ସମୀକ୍ଷା କରିବେ । ଓଡ଼ିଶା ସରକାର ମାଓ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ 40ଟି ଲୋକାଭିମୁଖୀ ଯୋଜନାକୁ ମିଶାଇ `ଗ୍ରାମୋଦୟ’ ନାଁରେ ଯୋଜନା କାର୍ଯ୍ୟକାରୀ କରିବେ ।
ଗୋଟିଏ ସମୟରେ ଦେଶର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ସମସ୍ୟା ଥିଲା ନକ୍ସଲ ବାଦ। ଏ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କିନ୍ତୁ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ନକ୍ସଲ ବିରୋଧୀ ଲଢ଼େଇ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ବରେ ଯୋଜନାବଦ୍ଧ ଓ ସୁଚିନ୍ତିତ ରଣନୀତି ଯୋଗୁଁ ଦେଶରେ ବାମପନ୍ଥୀ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ଗତ ଅଗଷ୍ଟ ୨୪ ଓ ୨୫ ତାରିଖରେ ଛତିଶଗଡ଼ ଯାଇ ସେଠାରେ ମାଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିଲେ ଶାହ । ଜାନୁଆରୀରୁ ଏବେଯାଏ ମୋଟ ୧୯୪ ନକ୍ସଲ ନିପାତ କରାଗଲାଣି । ୮୦୧ ନକ୍ସଲ ଗିରଫ ହେଲେଣି ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି । ଗତ ଶୁକ୍ରବାର ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନରେ ନିପାତ ହୋଇଛନ୍ତି 31 ଜଣ ମାଓବାଦୀ । ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ସେଥିମଧ୍ୟରୁ ଛତିଶଗଡ଼ର ସର୍ବାଧିକ ୧୫ଟି ଏବଂ ଓଡ଼ିଶାର ୭ ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ଅଛି।
ଅଧିକ ପଢ଼ନ୍ତୁ ଦେଶ ଖବର: