ଅର୍ଗସ ବ୍ୟୁରୋ:ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଯିବା କଥା କହିବା ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ପଡିଲା ମହଙ୍ଗା । ପ୍ରତି ଜବାବ୍ ରଖି ବର୍ଷିଲେ ବରିଷ୍ଠ ନେତା ଅମର ଶତପଥୀ । କେବଳ ବର୍ଷିଲେ ନାହିଁ ବରଂ ଦଳର ଭବିଷ୍ୟତକୁ ନେଇ ରଖିଲେ ମଧ୍ୟ ବିସ୍ଫୋରକ ବୟାନ । ଦୁଇ ଦିନ ତଳେ ଅମର ଶତପଥୀ ଗଣମାଧ୍ୟମରେ ବୟାନ ରଖିବା ପରେ ତାଙ୍କୁ ସିଧାସଳଖ ଦଳ ଛାଡିଦେବାକୁ କହି ତାତ୍ସଲ୍ୟ କରିଥିଲେ ଲେଲିନ୍। ଯାହାର ଜବାବରେ ଅମର କହିଛନ୍ତି ବିଜୁ ଜନତା ଦଳ ଗଠନ ରେ ନଥିବା ନେତା ବାସ୍ତବତାକୁ ନ ବୁଝି ବହୁତ କିଛି କହୁଥିବାରୁ ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ମୁଁ ସଭାପତିଙ୍କୁ ପ୍ରଶ୍ନ କରିଥିଲି ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି । ଅମର ଆହୁରି କହିଛନ୍ତି ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନ ରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡି ନେତା ସୁଧୀର ସାମଲ
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେଡି ହାରିବାର 3ଟି କାରଣ ଅଛି । ପ୍ରଥମ କାରଣ ଦୁର୍ନୀତି ଓ ଭ୍ରଷ୍ଟାଚାର । ଦ୍ୱିତୀୟ କାରଣ କୁଶାସନ । ତୃତୀୟ କାରଣ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା ।
କିଛି ଲୋକ କ୍ଷମତା ହଡପ ପାଇଁ ପଛଦ୍ୱାରରୁ ଷଡଯନ୍ତ୍ର କରିଥିଲେ । ଏତିକି ବେଳେ ଲୋକଙ୍କ ଭିତରେ ପୁଞ୍ଜିଭୁତ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏତିକି ବେଳେ ଓଡିଆ ଅସ୍ମିତାକୁ ଅସ୍ତ୍ର କରିଥିଲା ବିଜେପି । ଯାହାକୁ ଭରସା କରିଥିଲେ ରାଜ୍ୟବାସୀ ଓ ଏହାର ଫାଇଦା ମିଳିଲା । ପୂର୍ଣ୍ଣ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଙ୍କେତ ଦେଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢିଥିଲା ବିଜେପି । ଓଡିଆ ଅସ୍ମିତା ପାଇଁ ଲଢିଲୁ । ଏବଂ ଏହାର ଫଳ ମଧ୍ୟ ପାଇଲୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
At the #RepublicBharatSummit2024 https://t.co/kYtB3w0JxN — Dharmendra Pradhan (@dpradhanbjp) October 18, 2024
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହି ଇସ୍ତଫା ଦେଇଛନ୍ତି । ଅଗଣତାନ୍ତ୍ରିକ ଭାବେ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ଵାରା ପ୍ରଭାବିତ ହୋଇ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ। ଦଳରେ ଦୁର୍ନୀତି ଖୋର ଙ୍କୁ ସୁରକ୍ଷା ଦିଆ ଯାଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜୟ ଲକ୍ଷ୍ମୀ ।
ଅଧିକ ପଢନ୍ତୁ ଓଡିଶା ଖବର
ଦୁର୍ନୀତି ଖୋରଙ୍କ ସୁରକ୍ଷା କବଚ ସାଜିଥିଲେ ଡ଼ି.ଏସ୍ କୁଟେ ବୋଲି ବି ସେ ଅଭିଯୋଗ ଆଣିଛନ୍ତି । ଦୁଇ ବର୍ଷ ଧରି ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ନ୍ୟାୟ ପାଇଁ ଲଢେଇ କରିବାରୁ କୁଚକ୍ରି ଗୋଷ୍ଠୀଙ୍କ ରୋଷର ଶିକାର ହୋଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ ।
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲେ ଭୈରବ ପାଣ୍ଡିଆନ୍ । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳୁ ତାହା ପାଣ୍ଡିଆନ୍ ଚାହୁଁନଥିଲେ ବୋଲି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ଦଳର ପ୍ରତିଷ୍ଠାତା ସଦ୍ୟସ ପ୍ରସନ୍ନ ପାଟଶାଣୀ । ବାବା ପ୍ରସନ୍ନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ ଝଡ । ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ସର୍ବ ସମ୍ମୁଖରେ ନବୀନଙ୍କ ହାତ ଟଣିବା ଓ ଗୋଇଠା ମାରିବା ଦୃଶ୍ୟ ସାରା ଓଡିଶା ବାସୀଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏପରିକି ନିର୍ବାଚନ ପରାଜୟ ପରେ ବି ଦଳୀୟ ମହଲରେ ଜୋରଦାର ବିରୋଧ ହେବାରୁ ରାଜନିତୀରୁ ସନ୍ୟାସ ନେବାର ମିଛ ଡ୍ରାମା କରିଥିଲେ ପାଣ୍ଡିଆନ୍ । ଆଉ ଏବେ ବିଜେଡିକୁ ବ୍ୟାକ୍ ଡୋରରୁ ପୁଣି ଥରେ ଚଳାଉଥିବା ଅଭିଯୋଗ ଭିତରେ ପାଣ୍ଡିଆନ୍ ଙ୍କ ଅସଲ ଉଦ୍ଦେଶ୍ୟର ଗୁମର ଖୋଲି ଦେଇଛନ୍ତି ବାବା ପ୍ରସନ୍ନ ।
ଅଧିକ ପଢନ୍ତୁ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ
ସେପଟେ ଦଳର ପରାଜୟରେ ପାଣ୍ଡିଆନ୍ ଙ୍କ ଭୂମିକା ଓ ନବୀନଙ୍କ ନିରବତାକୁ ନେଇ ବିଜେଡିରେ ଉଦଗୀରଣ ଜାରୀ । ଦଳ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଛନ୍ତି ତେରଛା ବାଣ । ପ୍ରଫୁଲ କହିଛନ୍ତି ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ବ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ ।
ନିଜ ନେତାଙ୍କ ବାଣରେ ବିଜେଡି ଘାଇଲା ହୋଇଥିବା ବେଳେ ବିଜେପି ବିଧାୟକ ଜୟନାରାଣ ମିଶ୍ର କହିଛନ୍ତି ଅନେକ ବିଜେଡି ନେତା ଆମ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଛିନଛତର ହୋଇଯିବ ବିଜେଡି । ଯାହାର ଜବାବ ରଖିଛନ୍ତି ମୁଖପାତ୍ର ଲେଲିନ୍ ମହାନ୍ତି ।
ନିର୍ବାଚନ ବେଳେ ନବୀନଙ୍କ ହାତକୁ ଭିଡିବା, ଗୋଇଠା ମାରିବା ଭଳି ଘଟଣାକୁ ଓଡିଶା ବାସୀ ଭୁଲିନଥିବା ବେଳେ ତାମିଲ ବାବୁଙ୍କ ଚୌକି ଲୋଭର ଗୁମର ଅଧିକ ଆଲୋଡନ ସୃଷ୍ଟି କରିଛି । କେହି କେହି ତ ଚର୍ଚ୍ଚା କରୁଛନ୍ତି ଓଡିଶାର ରାଜସ୍ବ ଲୁଟ୍ କରି ନବୀନଙ୍କୁ ହରାଇବା ପରେ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କାର ବିଜେଡି ନିର୍ବାଚନୀ ପାଣ୍ଠି ଉପରେ ରହିଛି ସେହି ନିର୍ଦ୍ଧିଷ୍ଟ କୋଟେରୀର ନଜର । ଯେଉଁଥିପାଇଁ ମୁଖପାତ୍ରଙ୍କ ଦ୍ବାରା ଦଳର ପ୍ରତିଷ୍ଠାତା ସଦସ୍ୟ, ପୁରୁଖା ନେତା ଓ ଦକ୍ଷ ସଙ୍ଗଠକଙ୍କୁ ବେଜିତ୍ କରି ଦଳରୁ ଦୂରେଇବାକୁ କରାଯାଇଛି ଯୋଜନା