ରାଜନୈତିକ ଆକ୍ରୋଶରେ ଯାହାର ବାପା ଜେଲ ଯାଇଛି, ମୁଁ ତା'ରି ପୁଅ । ୨୯ ମାସ ବାପା ଯାଇଥିଲେ ହେଲେ ମୁଁ ୪ ବର୍ଷ ଜେଲ ଯିବାକୁ ପ୍ରସ୍ତୁତ । ଯେତେ ଯାହା କଲେ ବି ମତେ ନବୀନ ପଟ୍ଟନାୟକଙ୍କ ପାଖରୁ କେହି ଅଲଗା କରିପାରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ବବି । କଥା ହେଲା, ନବୀନଙ୍କ ପାଖରୁ ଦୂରେଇ ହେବାକୁ ଚାହୁଁନାହାନ୍ତି ବବି । କିନ୍ତୁ ନିର୍ବାଚନ ପୂର୍ବରୁ ବବି ଯେଉଁପରି ଦବଦାବ ଦେଖାଇଲେ । ନେତାଙ୍କଠୁ ସୁପ୍ରିମୋଙ୍କୁ ଦୂରେଇ ରଖିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଖାଲି ଚର୍ଚ୍ଚା ହେଲା ତାହା ନୁହେଁ ବରଂ ପରାଜୟର ସ୍ଵାଦ ଚାଖିଲା ବିଜେଡି । ସେଇଥି ଲାଗି ତ ବବି ଓ ପାଣ୍ଡିଆନଙ୍କୁ ପଦରୁ ହଟାଇବାକୁ ଖୋଲାଖୋଲି ଭାବରେ ବରିଷ୍ଠ ନେତା ନବୀନଙ୍କୁ କହିଥିଲେ । ପରବର୍ତ୍ତୀ ସମୟରେ ଦେଖାଗଲା କି ସବୁ କମିଟିରୁ ବବିଙ୍କୁ ଆଉଟ୍ କରିଦେଇଥିଲେ ନବୀନ । ହେଲେ ଏବେ ବବି କେମିତି କହୁଛନ୍ତି କି ତାଙ୍କୁ ନବୀନଙ୍କ ପାଖରୁ କେହି ଅଲଗା କରିପାରିବେନି ? ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଲୋକେ କହୁଛନ୍ତି ଦଳରେ ନିଜର ଅସ୍ତିତ୍ଵ ଦେଖାଇବାକୁ ଏମିତି ବୟାନବାଜି କରୁଛନ୍ତି ବବି ।
ପାର୍ଟି ପାଇଁ କାଳେ ବବି କେବଳ କାମ କରୁଥିଲେ । ଯଦି ଏତେ କାମ କରୁଥିଲେ, ତାହାଲେ ନିର୍ବାଚନରେ ଦଳ ସହ ନିଜେ ଓ ନିଜ ମାଆ କାହିଁକି ହାରିଲେ ସେନେଇ କିନ୍ତୁ ମୁହଁ ଖୋଲିନଥିଲେ ବବି । ମୋଟ୍ ଉପରେ ଏବେ ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଖାଲି କନ୍ଦଳ ହେଉଛି ତାହା ନୁହେଁ ବରଂ ଅନେକ ନେତା ଦଳ ଛାଡୁଛନ୍ତି, ବବିଙ୍କ ବିରୋଧରେ ବିଷୋଦଗାର ବି କରିଛନ୍ତି । ହେଲେ ଏହାରି ଭିତରେ ବବି ଯେଉଁପରି ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।