ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ଆଇନ ଶୃଙ୍ଖଳା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୪ ଏସପି ପାହ୍ୟା ଅଧିକାରୀ, ୭ ଅତିରିକ୍ତ ଏସପି, ୧୯ ଡିଏସପିଙ୍କ ସମେତ ୫୫ ଇନ୍ସପେକ୍ଟର, ୩୩୭ ଏସ୍ଆଇ, ଏଏସ୍ଆଇ ଓ ୧୩୦୦ ହୋମଗାର୍ଡଙ୍କ ଦାୟିତ୍ବରେ ରହିବ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵ । ସହରର ମୋଟ ୨୧ଟି ସ୍ଥାନ ପାର୍କିଂ ପାଇଁ ନିରୂପଣ କରାଯାଇଛି । ବସ୍ ପାଇଁ ୪ଟି, ଲାଇଟ୍ ଭେହିକିଲ ପାଇଁ ୧୧ ଓ ଦୁଇଚକିଆ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ମାଳତୀ ପାଟପୁରଠୁ ଏକ କିମି ପୂର୍ବରୁ ତିନି ଲେନର ବ୍ୟବସ୍ଥା କରାଯାଇଛି । ଇନ୍ ସାଇଡ ଟ୍ରାଫିକ ପାଇଁ ମୋଟ୍ ୯ଟି ଜୋନ, ୧୮ଟି ସେକ୍ଟର ଓ ଆଉଟ୍ ସାଇଡ ଟ୍ରାଫିକ ପାଇଁ ୫ଟି ଜୋନ ଓ ୧୧ଟି ସେକ୍ଟର ରଖାଯାଇଛି । ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ରଖାଯିବା ସହ ରାଜପଥର ୪୦ଟି ସ୍ଥାନରେ ସିସିଟିଭି ଇନଷ୍ଟାଲ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: