ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ସମସ୍ତେ ମିଶି କିପରି ଏହି ଅଞ୍ଚଳର ବିକାଶ ହୋଇପାରିବ ଏଥିପାଇଁ ସହଯୋଗ ଲୋଡିଥିଲେ ମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଦୁର୍ବଳ ହେବାରେ ଲାଗିଛି ବିଜେଡି । ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ । ପ୍ରସିଦ୍ଧ ଦେବୀ ପୀଠ ମାଆ ସିଂହସନୀଙ୍କ ମନ୍ଦିରରେ ଆୟୋଜିତ ବିରାଟ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ସମସ୍ତେ ମିଶି କିପରି ଏହି ଅଞ୍ଚଳର ବିକାଶ ହୋଇପାରିବ ଏଥିପାଇଁ ସହଯୋଗ ଲୋଡିଥିଲେ ମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଦ ଲୋକ ଅଂଶଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇ ଏହାକୁ ଯଶ୍ବସୀ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଏ ଜିଲ୍ଲାକୁ ଏକ ନମ୍ବର କରିବା ସେଥିପାଇ ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇ ଯିବ କହୁଥିଲେ । ହେଲେ ସମାଧାନ ହୋଇଛି କି ବୋଲି ପଚାରିଥିଲେ CM । ସେତେବେଳେ ଜଣେ ସଚିବ ଆସି ମଞ୍ଚ ରେ ଭାଷଣ ଦେଉଥିଲେ, ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚରେ ସରପଞ୍ଚ ଓ ମେମ୍ବର ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି । ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହି ଅଫିସରଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍ବ କାହା ହାତରେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଲେଲିନ କହିଛନ୍ତି, ଅମର ଶତପଥୀଙ୍କୁ ଯଦି ଦଳରେ ଅଣନିଶ୍ଵାସୀ ଲାଗୁଛି ତାହାଲେ ସେ ଦଳ ଛାଡ଼ି ପଳାନ୍ତୁ । ନିଜ ପୁତୁରାକୁ ତ ବିଜେପି ଦଳକୁ ଛାଡିଛନ୍ତି । ଏବେ ସେହି ପଦାଙ୍କ ଅନୁସରଣ କରି ଯାଆନ୍ତୁ ।
ଯେଉଁ ମାନେ ନିନ୍ଦୁକ ଅଛନ୍ତି ସେମାନେ ଦଳ ଛାଡି ଚାଲିଗଲେ ବିଜେଡ଼ିର ଟଙ୍କାକର ବି କ୍ଷତି ହେବନି ବୋଲି ଲେଲିନ ମହାନ୍ତି କହିଛନ୍ତି । ହେଲେ ଏଠି ପ୍ରଶ୍ନ ଯେ, ମୁଖପାତ୍ର ଲେଲିନ ମହାନ୍ତି ବରିଷ୍ଠ ନେତା ଅମର ଶତପଥୀଙ୍କୁ କହିଥିବା ଶବ୍ଦ ଗୁଡ଼ିକ ତାଙ୍କର ନା ପାଣ୍ଡିଆନଙ୍କର ? ଏବେ ବି ବିଜେଡ଼ିକୁ ପ୍ରଚ୍ଛଦପଟ୍ଟରେ ରହି ଚଳାଉଛନ୍ତି କି ତାମିଲ ବାବୁ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଲେଲିନ ମହାନ୍ତି ଦଳର ଜଣେ ଯୁବ ମୁଖପାତ୍ର । ହେଲେ ଅମର ଶତପଥୀ ପୂର୍ବତନ ମନ୍ତ୍ରୀ ତଥା ଛଅ ଛଅ ଥରର ବିଧାୟକ ।
ସେପଟେ ଲେଲିନଙ୍କ ବୟାନ ପରେ ବିଜେଡ଼ିର ପୋଲ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । କହିଛନ୍ତି, ଯେଉଁ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଗଠନ ହୋଇଥିଲା ସେ ଦଳରେ ଆଉ ନବୀନଙ୍କ କଥାରେ କିଛି ହେଉନି । ଯାହାକୁ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି । ଲେଲିନ ମୋତେ ପରାମର୍ଶ ନଦିଅନ୍ତୁ । ଲେଲିନଙ୍କ ଅପରିପକ୍ବତା ଉପରେ ମୋତେ ଦୟା ଆସୁଛି ବୋଲି କହିଛନ୍ତି ଅମର । ଏହାସହ ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ ବୋଲି କହିଛନ୍ତି ଅମର ଶତପଥୀ । ତେବେ ବିଜେଡ଼ିରେ ବଢୁଥିବା ବୟାନବାଜି ଓ ଅନ୍ତଃକନ୍ଦଳ ଉପରେ ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ।
ଅନ୍ୟପଟେ କାରଣ ଦର୍ଶାଅ ନୋଟିସକୁ ନେଇ ବିଜେଡି କର୍ପୋରେଟର ଅମରେଶ ଜେନା ଦେଇଛନ୍ତି ବଡ଼ ବୟାନ । ନାଁ ନନେଇ ଭୁବନେଶ୍ଵରର ଦୁଇ ବରିଷ୍ଠ ବିଜେଡ଼ି ନେତାଙ୍କୁ ଟାର୍ଗେଟ କରିଛନ୍ତି ଅମରେଶ । କହିଛନ୍ତି, ବିଜେଡିରେ ଦୁଇ ଜଣ ଆକ୍କା ବସିଛନ୍ତି । ରିମୋଟ ଧରି ବିଭିନ୍ନ ପଦରେ ଥିବା ଲୋକଙ୍କୁ ଧମକ ଦେଉଛନ୍ତି । 24 ନିର୍ବାଚନରେ ଟିକେଟ ପାଇଁ ଆମେ ଆଶାୟୀ ଥିଲୁ ବୋଲି ଆମ ଉପରେ ଅତ୍ୟାଚାର କରାଯାଉଛି ।
ଆହୁରି ପଢନ୍ତୁ ରାଜନୀତି ଖବର...